ଆମେରିକାର ଜଣେ ୬୪ ବର୍ଷିୟ ମହିଳା ଜୀବନ ହାରିବା ପାଇଁ ଆତ୍ମହତ୍ୟା ଯନ୍ତ୍ରର ସାହାର ନେଇଛନ୍ତି। ତାଙ୍କ ମୃତ୍ୟୁ ପରେ ସ୍ବିଜରଲାଣ୍ଡର କିଛି ଲୋକଙ୍କୁ ଗିରଫ ମଧ୍ୟ କରାଯାଇଥିବା ସୂଚନା ରହିଛି। ସୋମବାର ଦିନ ସ୍ବିଜରଲାଣ୍ଡ-ଜର୍ମାନ ସୀମାରେ ଏକ ଆତ୍ମହତ୍ୟା ଯନ୍ତ୍ରରେ ଜଣେ ମହିଳା ନିଜ ଜୀବନ ହାରିଛନ୍ତି।
ଏହି ଯନ୍ତ୍ରକୁ ଇଚ୍ଛାମୃତ୍ୟୁର ଟେସଲା ମଧ୍ୟ କୁହାଯାଏ। ଅନ୍ତିମ ପ୍ରଶ୍ବାସ ନେବା ପୂର୍ବରୁ ଏହି ଭୟାନକ ଯନ୍ତ୍ର ଏକ ମେସେଜ ମଧ୍ୟ ଦେଇ ଯାଇଛି। ଯନ୍ତ୍ର କହିଥିଲା, ଯଦି ଆପଣ ମରିବାକୁ ଚାହାନ୍ତି ତେବେ ଏହି ବଟମ୍ ଦବାନ୍ତୁ। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ବିଜରଲାଣ୍ଡର ସ୍ବାସ୍ଥ୍ୟ ମନ୍ତ୍ରୀ ଏଲିଜାବେଥ କହିଛନ୍ତି, ଏହି ଆତ୍ମହତ୍ୟା ଯନ୍ତ୍ର ବୈଧ ନୁହେଁ। ଏହି ଯନ୍ତ୍ର ସୁରକ୍ଷା ଆଇନର ମାପଦଣ୍ଡ ପୂରଣ କରି ପାରୁ ନାହିଁ। ଏଥିପାଇଁ ଏହି ଯନ୍ତ୍ର ବ୍ୟବହାର କରାଯିବା ଉଚିତ ନୁହେଁ।
ସ୍ଥାନୀୟ ପୁଲିସ କହିଛି ଯେ, ଏଭଳି କାଣ୍ଡ ଏକ ଜଙ୍ଗଲରେ ହୋଇଛି। ଉତ୍ତର ସ୍ବିଜରଲାଣ୍ଡର କିଛି ଲୋକଙ୍କୁ ଏହି ମାମଲାରେ ଗିରଫ କରି ପଚରାଉଚରା କରାଯାଉଛି। ଗିରଫ ହୋଇଥିବା ଲୋକଙ୍କ ଉପରେ କଥିତ ଭାବେ ଆତ୍ମହତ୍ୟାକୁ ପ୍ରୋତ୍ସାହନ ଦେବା ଓ ସହାୟକ ହେବା ମାମଲା ରୁଜୁ କରାଯାଇଛି। ତେବେ ଏହି ଯନ୍ତ୍ର ବ୍ୟବହାର କରିବା ଅବୈଧ ବୋଲି ଘୋଷଣା କରିଛନ୍ତି ସ୍ବିଜରଲାଣ୍ଡ ସରକାର।
ସ୍ବିଜରଲାଣ୍ଡର ଜରେ ଅଧିକାରୀ କହିଛନ୍ତି, ସୁସାଇଡ ମେସିନର ବ୍ୟବହାର କରିବା ପାଇଁ ଏପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯାଇ ନାହିଁ। ଏହି ମେସିନର ଚ୍ୟାମ୍ବରରେ ନାଇଟ୍ରୋଜେନ ଭରା ଯାଇଥାଏ। ଯାହାଫଳରେ ଭିତରେ ଥିବା ବ୍ୟକ୍ତିଟିର ଅମ୍ଳଜାନ ସ୍ତର ତଳକୁ ଖସି ଆସିଥାଏ। ତାପରେ ମେସିନ ଭିତରେ ଥିବା ବ୍ୟକ୍ତି ଜଣକ ସଙ୍ଗେ ସଙ୍ଗେ ବେହାସ ହୋଇ ଯାଇଥାନ୍ତି। ଆଉ ୧୦ ମିନିଟ ମଧ୍ୟରେ ବ୍ୟକ୍ତି ଜଣକ ଆଖି ମଧ୍ୟ ମୁଜି ପାରନ୍ତି। ଏସବୁ ମେସିନ ଭିତରୁ ହିଁ ନିୟନ୍ତ୍ରଣ କରାଯାଇଥାଏ। ସବୁଠୁ ବଡ଼ କଥା ହେଲେ ମେସିନରେ ଏକ ଜରୁକାଳୀନ ଗେଟ ରହିଛି। ଯାହାଦ୍ବାରା ଆପଣ ବାହାରକୁ ବାହାରି ପାରିବେ।
More Stories
୪୩ ବର୍ଷରେ ୫୩ ଥର ବିବାହ
ମାଂସ ଖାଉଥିବା ପୁରୁଷଙ୍କ ଉପରେ ଲଗାନ୍ତୁ ସେକ୍ସ୍ ଷ୍ଟ୍ରାଇକ୍ !
ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି କି