ପାଖେଇ ଆସୁଛି ଦଶହରା । ଧରାବତରଣ ହେବେ ମାଆ । ମାଆଙ୍କର ଆଗମନକୁ ନେଇ ଚଳ ଚଞ୍ଚଳ ହୋଇ ଉଠିବ ଧରାପୃଷ୍ଠ । ସେପଟେ ମା’ ଦୁର୍ଗାଙ୍କ ପୂଜା ପାଇଁ ଏବେଠୁ ପ୍ରସ୍ତୁତ ହେଲାଣି ପ୍ରସିଦ୍ଧ ଶୈବକ୍ଷେତ୍ର ପୁରୁଣା ଭୁବନେଶ୍ବର । ପ୍ରାୟ ୭୦ ବର୍ଷ ଧରି ଏହି ଅଞ୍ଚଳରେ ବିଭିନ୍ନ ମଣ୍ଡପରେ ହୋଇଆସୁଥିବା ଦୁର୍ଗାପୂଜାରେ ବିଧିବିଧାନକୁ ବିଶେଷ ଗୁରୁତ୍ବ ଦିଆଯାଇଥାଏ । ଅଷ୍ଟଚଣ୍ଡୀଙ୍କ ସମେତ ଏହି ଅଞ୍ଚଳରେ ବହୁ ପ୍ରସିଦ୍ଧ ଶକ୍ତିପୀଠ ଥିବାରୁ ଏହି ଅଞ୍ଚଳର ଦୁର୍ଗାପୂଜାର ଏକ ସ୍ବତନ୍ତ୍ର ସ୍ଥାନ ରହିଆସିଛି । ତନ୍ମଧ୍ୟରୁ ବଢ଼େଇବାଙ୍କ ଛକଠାରେ ହୋଇ ଆସୁଥିବା ବଡ଼ୁ ନିଯୋଗ ପୂଜାର ଏକ ନିଆରା ଭାବ ରହିଛି । ଏଠାରେ ହେଉଥିବା ଚଣ୍ଡୀପାଠ ଓ ହୋମଯଜ୍ଞ ଭକ୍ତ ତଥା ଶ୍ରଦ୍ଧାଳୁମାନଙ୍କ ଆକର୍ଷଣର କେନ୍ଦ୍ର ହୋଇଥାଏ । ଦୀର୍ଘ ବର୍ଷ ହେବ ବଡ଼ୁ ସାହି ଭିତରେ ଏହି ପୂଜା ଅନୁଷ୍ଠିତ ହୁଏ । ଏଠାରେ ବଡ଼ ତୋରଣ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରଶାସନର ଅନୁମତି ନଥାଏ । କିନ୍ତୁ ଏହି ପୂଜାରେ ସବୁ ପାରମ୍ପରିକ ରୀତିନୀତିରେ ପୂଜା କରାଯାଇଥାଏ । ସପ୍ତମୀ ତିଥିରୁ ୩ ଦିନକାଳ ଚଣ୍ଡୀପାଠ କରାଯାଏ । ସେହିଭଳି ଦଶମୀ ପର୍ଯ୍ୟନ୍ତ ହେଉଥିବା ହୋମଯଜ୍ଞରେ ପ୍ରତିଦିନ ୧୦୦୮ ଆହୂତି ଦିଆଯାଏ ।
ରାଜ୍ୟର ବିଭିନ୍ନ ସ୍ଥାନରେ ପୁରୁଣା ପରମ୍ପରା ଓ ରୀତିନୀତି ସହିତ ପାଳିତ ହୁଏ ଦେବୀ ମାଙ୍କର ପୂଜା । ଏଠାରେ କୌଣସି ବାହ୍ୟ ଚାକଚକ୍ୟ ନଥାଏ ସତ । କିନ୍ତୁ ପୁରୁଣା ଐତିହ୍ୟର ଛିଟା ନିଶ୍ଚୟ ଥାଏ । ସେଥିପାଇଁ ଏହି ପୂଜା ମଣ୍ଡପ ଗୁଡିକ ନିଜରର ସ୍ବତନ୍ତ୍ରତା ବଜାୟ ରଖିଛନ୍ତି । ଆଉ ବହୁ ପ୍ରଚୀନ ପରମ୍ପରା ପାଇଁ ଏହି ପେଣ୍ଡାଲ ଗୁଡିକ ଅତି ଚର୍ଚ୍ଚିତ ମଧ୍ୟ । ତେବେ ଏତେ ବର୍ଷ ଧରି ନିଜର ସ୍ବାତନ୍ତ୍ର୍ୟ ବଜାୟ ରଖିଥିବାରୁ ଅନେକ ଶ୍ରଦ୍ଧାଳୁ ବହୁ ଦୂର ଦୂରାନ୍ତରୁ ଏଠାକୁ ଆସି ମାଙ୍କ ନୈଷ୍ଠିକ ପୂଜାର ଆନ୍ଦ ନେଇଥାନ୍ତି । ଆଉ କୁହାଯାଏ ଏଠାରେ ମହାଷ୍ଟମୀ ଦିନ ଯିଏ ମାଙ୍କ ପୂଜା ଅତି ନିଷ୍ଠାର ସହିତ କରେ, ସେ ମାଙ୍କ କୃପାର ପ୍ରାର୍ଥୀ ହୁଏ । ତାର ସବୁ କାମନା ପୂର୍ଣ୍ଣ ହୋଇଥାଏ । ତେବେ ଆପଣ ମଧ୍ୟ ଏଠାକୁ ଆସି ନିଜର ମନୋବାଞ୍ଛା ପୂରଣ କରିପାରିବେ ।
More Stories
ସନ୍ଧ୍ୟା ବେଳେ ଭୁଲରେ ବି କରନ୍ତୁନି ଏପରି କାମ
ନୂଆ ବର୍ଷରେ ଘରୁ ଫିଙ୍ଗନ୍ତୁ ଏହି ସବୁ ଜିନିଷ, ନଚେତ୍ ହୋଇଯିବେ ଦରିଦ୍ର
ଏହି 4 ରାଶି ସୁନା ପିନ୍ଧିଲେ ଚମକିବ ଭାଗ୍ୟ