ଆମେ ଜାଣନ୍ତି ଯେ ଓଜନ ହ୍ରାସ କରିବା ପାଇଁ ଆମକୁ କିଛି ନା କିଛି ଖାଇବା ଛାଡ଼ିବାକୁ ପଡ଼ିଥାଏ। ମାତ୍ର ଏମିତି କିଛି ଖାଦ୍ୟ ଅଛି, ଯାହାକୁ ଖାଇବା ଦ୍ବାରା ଓଜନ ହ୍ରାସ କରାଯାଇପାରେ।
ଗରମରେ କାକୁଡ଼ି ଖାଇବାକୁ ପ୍ରାୟ ଅଳ୍ପବହୁତ ସମସ୍ତେ ପସନ୍ଦ କରନ୍ତି। ମାତ୍ର ଆପଣ ଏକଥା ଜାଣନ୍ତି କି ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ବି ସାହାଯ୍ୟ କରିଥାଏ। ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଯଥେଷ୍ଟ ପରିମାରଣ କାକୁଡ଼ି ଖାଆନ୍ତୁ। ଏହାକୁ ଖାଇବା ଦ୍ବାରା ଆପଣଙ୍କ ଅଣ୍ଟା ବି ପତଳା ହେବ।
ଯଦି ଆପଣ ନିୟମିତ ଭାବେ କାକୁଡ଼ି ଖାଇବେ ତ ଆପଣଙ୍କ ପାଚନଶକ୍ତି ଭଲ ରହିବ, ଯାହାକି ଆପଣଙ୍କୁ ଫିଟ୍ ରଖିବା ପାଇଁ ସାହାଯ୍ୟ କରିବ।
କାକୁଡ଼ିକୁ ‘ଜିରୋ ଫ୍ୟାଟ୍’ ଖାଦ୍ୟ ବୋଲି କୁହାଯାଏ। ଏଥିପାଇଁ ଆପଣ ବିନା ଟେନ୍ସନ୍ରେ ଯେତେ ଇଚ୍ଛା ସେତେ କାକୁଡ଼ି ଖାଇପାରିବେ।
କାକୁଡ଼ି ଶରୀରରେ ଥିବା ବିଷାକ୍ତ ସାମଗ୍ରୀଙ୍କୁ ବାହାରକୁ କାଢ଼ିବାରେ ସହାୟ ହୋଇଥାଏ। ଏହାକୁ ଖାଇଲେ ଓଜନ ହ୍ରାସ ହେବା ସଙ୍ଗେ ସଙ୍ଗେ ତ୍ବଚା ଉଜ୍ଜ୍ବଳ ଦିଶିଥାଏ ମଧ୍ୟ।
କାକୁଡ଼ିରେ ଅଧିକ ପରିମାଣର ଫାଇବର୍ ଥାଏ। ଏଥିପାଇଁ ଏହା ଶରୀରକୁ ସୁସ୍ଥ ରଖିବା ପାଇଁ ବି ସବୁଠାରୁ ଭଲ ଖାଦ୍ୟ।
ଏହାକୁ ନିୟମିତ ଖାଇବା ଦ୍ବାରା ଲିଭର୍, କିଡ୍ନୀ ଆଦି ସୁସ୍ଥ ରହେ ବୋଲି ବିଶେଷଜ୍ଞମାନେ କହିଥାନ୍ତି।
ଏଥିରେ ଭରପୂର୍ ପରିମାଣର ଆଣ୍ଟିଅକ୍ସିଡେଣ୍ଟ୍, ମିନେରାଲ୍ସ ଏବଂ ଭିଟାମିନ୍ ରହିଛି।
ଏହା କେବଳ ଆପଣଙ୍କୁ ଓଜନ ହ୍ରାସ ନୁହେଁ, ବରଂ ଆହୁରି ଅନେକ ଦିଗରେ ଫାଇଦା ଦେଇଥାଏ।
More Stories
ଆୟୋଡିନର ଅଭାବ ଆଣି ପାରେ ଏପରି ଭୟାବହତା
ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି
ଯୋଗ କରିବା ପରେ ଏପରି କାମ କରୁଛନ୍ତି କି do’s and dont’s after yoga