ସମାଜର ଅନ୍ତର୍ନିହିତ ଦୁର୍ବଳତାଗୁଡ଼ିକୁ ଗୁରୁତ୍ୱ ଦେଇ ଏହାର ନିରାକରଣ ନିମନ୍ତେ ସାହିତ୍ୟିକମାନେ ମନୋନିବେଶ କରିବା ଆବଶ୍ୟକ ବୋଲି କହିଛନ୍ତି ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ । ସାହିତ୍ୟ ସମାଜର ଦର୍ପଣ ସଦୃଶ ଯାହାକି ସମାଜର ଅନ୍ତର୍ନିହିତ ଅନ୍ୟାୟକୁ ସାମ୍ନାକୁ ଆଣିବା ସହ ଏହା ବିରୁଦ୍ଧରେ ସ୍ୱର ଉତୋଳନ କରିଥାଏ ବୋଲି ସୋଆ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଦୁଇ ଦିନିଆ ବିମର୍ଶ କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ଯୋଗ ଦେଇ ପାଣ୍ଡିଆନ୍ ଏହା କହିଛନ୍ତି । ଯେତେବେଳେ ସମାଜ କୌଣସି ଆହ୍ୱାନର ସାମ୍ନା କରିଥାଏ, ସେତେବେଳେ ସାହିତ୍ୟିକମାନେ ହିଁ ଏହା ବିରୁଦ୍ଧରେ ସ୍ୱର ଉତୋଳନ କରିଥାନ୍ତି । ଫରାସୀ ବିପ୍ଳବ ହେଉ ଅଥବା ଇରାନ୍ରେ ବିଦ୍ରୋହ ସବୁ କ୍ଷେତ୍ରରେ ସାହିତ୍ୟିକମାନଙ୍କର ଏକ ବଡ଼ ଭୂମିକା ରହିଥିଲା ବୋଲି ସେ କହିଛନ୍ତି । ଓଡ଼ିଆ ଔପନ୍ୟାସିକ ବ୍ୟାସକବି ଫକୀରମୋହନଙ୍କ ‘ରେବତୀ’ ଉପନ୍ୟାସକୁ ଉଲ୍ଲେଖ କରି ଶ୍ରୀ ପାଣ୍ଡିଆନ୍ କହିଥିଲେ ଏହା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ସବୁଠାରୁ ପସନ୍ଦଯୋଗ୍ୟ ପୁସ୍ତକ । କାରଣ ଏଥିରେ ସମାଜର ଅନ୍ୟାୟ, ଅନ୍ଧବିଶ୍ୱାସ ଓ କନ୍ୟା ସନ୍ତାନଙ୍କ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ବିଶିଷ୍ଟ ଔପନ୍ୟାସିକ ଶ୍ରୀ ବିଭୁତି ପଟ୍ଟନାୟକଙ୍କୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ପଟ୍ଟନାୟକଙ୍କୁ ଏକ ମାନପତ୍ର, ଉତରୀୟ ଓ ଏକ ଲକ୍ଷ ଟଙ୍କାର ସମ୍ମାନ ରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଶ୍ରୀ ପାଣ୍ଡିଆନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା