୩୦ ସାଂଗଠନିକ ଜିଲ୍ଲା ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ତାଲିକ ପ୍ରକାଶ । ୨୦୨୪ ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ଭୂମିକାକୁ ଗୁରୁତ୍ୱ ଦିଆଯାଉଛି । ପର୍ଯ୍ୟବେକ୍ଷକ ତାଲିକାରେ ଖାସ୍ କିଛି ପରିବର୍ତ୍ତନ ହୋଇନଥିଲେ ମଧ୍ୟ ନୂଆ ପର୍ଯ୍ୟବେକ୍ଷକ ଆଜିଠୁ ସେମାନଙ୍କର ଦାୟିତ୍ୱ ତୁଲାଇବେ । ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର ପାଇଁ ପ୍ରତାପ କେଶରୀ ଦେବ, ବରଗଡ଼- ସୁଧୀର କୁମାର ସାମଲ, ଭଦ୍ରକ ପ୍ରଣବ ବଳବନ୍ତରାୟ, ବଲାଙ୍ଗୀର, ଦେବଗଡ଼- ସୁଶାନ୍ତ ସିଂ, କଟକ ଉଷା ଦେବୀ, ଢେଙ୍କାନାଳ, ଖୋର୍ଦ୍ଧା- ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଓ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ସେହିଭଳି ଜଗତସିଂହପୁର ପାଇଁ ଅରୁଣ କୁମାର ସାହୁ, କନ୍ଧମାଳ- ବିଜୟ ନାୟକ, କେନ୍ଦ୍ରାପଡ଼ା- ପ୍ରଫୁଲ୍ଲ କୁମାର ମଲ୍ଲିକ, ନବରଂଗପୁର- ଈଶ୍ୱର ପାଣିଗ୍ରାହୀ, କେନ୍ଦୁଝର, ମୟୂରଭଂଜ ଜିଲ୍ଲା ଦାୟିତ୍ୱ ତୁଲାଇବେ ପ୍ରଣବ ପ୍ରକାଶ ଦାସ । ସେହିପରି କୋରାପୁଟ ଓ ମାଲକାନଗିରି ପର୍ଯ୍ୟବେକ୍ଷକ ହେଲେ ଦିବ୍ୟଶଙ୍କର ମିଶ୍ର, ନୟାଗଡ଼- ପଦ୍ମନାଭ ବେହେରା ଓ ନୂଆପଡ଼ା ଜିଲ୍ଲା ପାଇଁ ଟୁକୁନି ସାହୁଙ୍କୁ ଦାୟିତ୍ୱ ମିଳିଛି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି