ମାର୍କ ଜକରବର୍ଗଙ୍କ କମ୍ପାନି ମେଟା ଆସନ୍ତା ସପ୍ତାହରୁ ଏହାର ଛଟେଇ ଆରମ୍ଭ କରିବ। କମ୍ପାନି ଯେଉଁ କର୍ମଚାରୀମାନଙ୍କୁ ଛଟେଇ କରିବ ସେମାନଙ୍କୁ ସୋମବାର ସକାଳୁ ଇମେଲ୍ ପଠାଇବ। ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅଧିକାଂଶ ଦେଶରେ ମେଟାର କର୍ମଚାରୀମାନେ ଛଟେଇ ହେବେ। ଏକ ରିପୋର୍ଟ ଅନୁଯାୟୀ ମେଟା ୩୬୦୦ କର୍ମଚାରୀଙ୍କୁ ଛଟେଇ କରିବ। ତେବେ ଜର୍ମାନୀ, ଫ୍ରାନ୍ସ, ଇଟାଲୀ ଏବଂ ନେଦରଲ୍ୟାଣ୍ଡ୍ସରେ କାର୍ଯ୍ୟରତ କର୍ମଚାରୀମାନେ ଏହି ଛଟେଇରୁ ବାଦ୍ ପଡ଼ିବେ। ଏହାବ୍ୟତୀତ ୟୁରୋପ, ଏସିଆ ଓ ଆଫ୍ରିକାର ଅନେକ ଦେଶରେ କାର୍ଯ୍ୟରତ କର୍ମଚାରୀମାନେ ଫେବ୍ରୁଆରି ୧୧ରୁ ୧୮ ମଧ୍ୟରେ ଛଟେଇ ନୋଟିସ୍ ପାଇବେ। ଗତମାସରେ ମେଟା କହିଥିଲା ଯେ କମ୍ପାନି ଏହାର ୫ ପ୍ରତିଶତ ଖରାପ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ବିଦା କରିବ।
More Stories
2026 ରେ କରନ୍ତୁ ଏହି ମ୍ୟାନିଫେଷ୍ଟେସନ୍, ବଦଳିଯିବ ଜୀବନ
ଋଷ୍ ଠାରୁ ତେଲ କିଣିବା ପଡିଲା ମହଙ୍ଗା
ମୋଦୀଙ୍କ ଜି-୭ ବୈଠକରେ ଉପସ୍ଥିତିକୁ ନେଇ ବିବାଦ