ଆଜି ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ବିଜେଡିର ବିଦ୍ରୋହୀ ନେତା ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ହେବା ପରେ ରୋଚକ ହୋଇଛି ଧାମନଗର ରାଜନୀତି । ଏବେ ବିରୋଧୀ ଦଳ ପ୍ରାର୍ଥୀ ବିଜେପି ଓ କଂଗ୍ରେସକୁ ନେଇ ଯେତିକି ଚର୍ଚ୍ଚା ହେଉନି ପ୍ରାର୍ଥୀ ରାଜୁ ଦାସଙ୍କୁ ନେଇ ସେତିକି ଚର୍ଚ୍ଚା ହେଉଛି । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ । ଆଉ ସ୍ପଷ୍ଟ ହୋଇଯିବ କିପରି ରୂପନେବ ଧାମନଗର ଲଢ଼େଇ । ଏପଟେ ରାଜେନ୍ଦ୍ର ଦାସ କହିଛନ୍ତି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନାହିଁ । ଯଦି ରାଜେନ୍ଦ୍ର ଦାସ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନକରନ୍ତି, ତେବେ ଧାମନଗର ଉପନିର୍ବାଚନରେ ୪ ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ପଚିଶି ଲକ୍ଷରେ ବିକ୍ରି ହେଉଛି ଏସ.ଆଇ ପଦବୀ
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ