ଆଜି ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ବିଜେଡିର ବିଦ୍ରୋହୀ ନେତା ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ହେବା ପରେ ରୋଚକ ହୋଇଛି ଧାମନଗର ରାଜନୀତି । ଏବେ ବିରୋଧୀ ଦଳ ପ୍ରାର୍ଥୀ ବିଜେପି ଓ କଂଗ୍ରେସକୁ ନେଇ ଯେତିକି ଚର୍ଚ୍ଚା ହେଉନି ପ୍ରାର୍ଥୀ ରାଜୁ ଦାସଙ୍କୁ ନେଇ ସେତିକି ଚର୍ଚ୍ଚା ହେଉଛି । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ । ଆଉ ସ୍ପଷ୍ଟ ହୋଇଯିବ କିପରି ରୂପନେବ ଧାମନଗର ଲଢ଼େଇ । ଏପଟେ ରାଜେନ୍ଦ୍ର ଦାସ କହିଛନ୍ତି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନାହିଁ । ଯଦି ରାଜେନ୍ଦ୍ର ଦାସ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନକରନ୍ତି, ତେବେ ଧାମନଗର ଉପନିର୍ବାଚନରେ ୪ ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
କାଲି ଘୋଷଣା ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ