The Topmost

“The eyes believe themselves, the ears believe other people.”

ଜମି ଦିଅ, ଚାକିରି ନିଅ

ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଆକ୍ସନ । ଲାଲୁ ଯାଦବଙ୍କ ପରିବାର ସହ ସମ୍ବନ୍ଧିତ ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ଏହି ମାମଲାରେ ଆରଜେଡି ମୁଖିଆ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ପୂର୍ବରୁ ହିଁ ଯାଞ୍ଚର ସାମ୍ନା କରୁଛନ୍ତି । ନିକଟରେ ସିବିଆଇ ତିନିଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ସୂଚନା ମୁତାବକ, ଇଡି ଲାଲୁ ଯାଦବ ଏବଂ ତାଙ୍କ ପରିବାର ବିରୋଧରେ ଜମି ବଦଳରେ ଚାକିରି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଡି ଲାଲୁଙ୍କ ପରିବାରର ୬ କୋଟିର ସମ୍ପତ୍ତି ଆଟାଚ୍ କରିଛି । ସୂଚନା ଅନୁସାରେ, ରେଳବାଇରେ ଚାକିରି ବଦଳରେ ଲାଞ୍ଚ ଆକାରରେ ଜମି ନେବା ଅଭିଯୋଗ ମାମଲାରେ ସିବିଆଇ ତଦନ୍ତ କରୁଛି । ସେହିପରି ମନି ଲଣ୍ଡରିଂ ମାମଲାରେ ଇଡି ତଦନ୍ତ କରୁଛି । ସିବିଆଇ ଏହି ମାମଲାରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଦେଇଛି । ଏହି ମାମଲାରେ ଲାଲୁ ଯାଦବଙ୍କ ନିକଟତର ଓ ପୂର୍ବତନ ବିଧାୟକ ଭୋଲା ଯାଦବ ଏବଂ ହୃଦୟାନନ୍ଦ ଚୌଧୁରୀ ମଧ୍ୟ ଅଭିଯୁକ୍ତ ଅଛନ୍ତି ।