ଆଜି ସନ୍ଧ୍ୟାରେ ସୋନିଆ ଗାନ୍ଧିଙ୍କୁ ଭେଟିବେ ଲାଲୁ ପ୍ରସାଦ ଯାଦବ ଏବଂ ନୀତୀଶ କୁମାର । ଭେଟିବା ପୂର୍ବରୁ ଲାଲୁ ଶନିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ବର୍ଷିଛନ୍ତି । ନୀତୀଶ ଏବଂ ଲାଲୁଙ୍କୁ ନେଇ ଶାହ ଗତକାଲି ଯେଉଁ ଟିପ୍ପଣୀ ରଖିଥିଲେ ଲାଲୁ ଏନେଇ ତାଙ୍କୁ କଡ଼ା ଜବାବ ଦେଇଛନ୍ତି । ଲାଲୁ କହିଛନ୍ତି, ଶାହ ବିଚଳିତ ହୋଇଯାଇଛନ୍ତି । ୨୦୨୪ରେ ବିଜେପି ବିହାରରେ ମୂଳପୋଛ ହୋଇଯିବ । ଏବେ ଶାହ କେବଳ ବୁଲି ବୁଲି ଜଙ୍ଗଲରାଜ୍ କଥା କହୁଛନ୍ତି । ଗୁଜରାଟରେ ଥିବା ସମୟରେ ସେ କ’ଣ କରିଥିଲେ । ଗୁଜରାଟରେ ସେ ଥିବା ସମୟରେ ଜଙ୍ଗଲ ରାଜ୍ ଚାଲିଥିଲା । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ସନ୍ଧ୍ୟାରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବେ । ସୂଚନା ଅନୁସାରେ ଗତକାଲି ପୁର୍ନିଆରେ ନୀତୀଶ ଏବଂ ଲାଲୁଙ୍କ ବିରୋଧରେ ବର୍ଷିଥିଲେ ଶାହ । ସେ କହିଥିଲେ ନୀତୀଶ ଲାଲୁଙ୍କ କୋଳରେ ବସି ଦେଶର ପ୍ରଧାନମନ୍ତ୍ରୀ ହେବାପାଇଁ ସ୍ବପ୍ନ ଦେଖୁଛନ୍ତି । ଏହାସହ ନୀତୀଶ ବିଜେପିକୁ ପଛରୁ ଛୁରି ମାରିଛନ୍ତି ବୋଲି ଶାହ କହିଥିଲେ । ସେହିପରି ମହାମେଣ୍ଟ ଫେରିବାପରେ ବିହାରରେ ଜଙ୍ଗଲରାଜ୍ ଫେରିଛି ବୋଲି ଶାହ କହିଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ