କୋଣାର୍କ ଚନ୍ଦ୍ରଭାଗା ଉପକୂଳରେ ଦିନକୁ ଦିନ ଅଶାନ୍ତ ହେଉଛି ସମୁଦ୍ର । ଚନ୍ଦ୍ରଭାଗା ବଜାରର ଉଭୟ ପାର୍ଶ୍ବ ଅର୍ଥାତ୍ ପୂର୍ବ ଓ ପଶ୍ଚିମ ଦିଗରେ ସମୁଦ୍ର ବିଭିନ୍ନ ସ୍ଥାନରେ କୂଳ ଖାଉଥିବାର ପରିଲକ୍ଷିତ ହୋଇଛି । ପୂର୍ବ ଦିଗରେ କେଳୁଣୀ ମୁହାଣ ପଟକୁ ଜନବସତି ନଥିବାରୁ ସମୁଦ୍ର କୁଳ ଖାଉଥିବା ସ୍ଥାନରେ ବାଲି ଅତଡ଼ା ଧସିବା ଜାରି ରହିଛି । ଚଳିତ ମାସ ୧୧ ତାରିଖରେ ବେଳାମାର୍ଗର ଇକୋ ରିଟ୍ରିଟ୍ ହେଉଥିବା ସ୍ଥାନରେ ୩ଶହ ମିଟର ରାସ୍ତା ଧୋଇନେଇଥିଲା । ଗତକାଲି ଅମାବାସ୍ୟା ତିଥିରେ ଉଚ୍ଚ ଜୁଆର ଆସି ସେହି ସ୍ଥାନରେ ଆଉ ପ୍ରାୟ ଶହେ ମିଟର ରାସ୍ତା ଧୋଇ ନେଇଥିବା ଦେଖିବାକୁ ମିଳିଛି । ଏହାପରେ ଆଜି ପୁଣି ସେହି ସ୍ଥାନରେ ପ୍ରଶାସନ ପକ୍ଷରୁ ବାଲି ବସ୍ତା ଓ ବଲ୍ହା ପୋତି ମରାମତି କାର୍ଯ୍ୟ କରାଯାଇଛି ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା