ରଣଜୀ ଟ୍ରଫି ଖେଳିବେ କୋହଲି

ଭାରତର ତାରକା ବ୍ୟାଟର୍‌ ବିରାଟ କୋହଲି ୧୨ ବର୍ଷ ପରେ ରଣଜୀ ଟ୍ରଫିରେ ଖେଳିବାର ସମ୍ଭାବନା ରହିଛି। ଶୁକ୍ରବାର ସୌରାଷ୍ଟ୍ର ଓ ରେଳବାଇ ବିପକ୍ଷ ଦୁଇ ମ୍ୟାଚ୍‌ ଲାଗି ଘୋଷିତ ୨୨ ଜଣିଆ ଦିଲ୍ଲୀ ଦଳରେ କୋହଲିଙ୍କୁ  ସାମିଲ କରାଯାଇଛି। ହେ‌ଲେ ମ୍ୟାଚ୍‌ ଖେଳିବା ତାଙ୍କ ଉପସ୍ଥିତି ଉପ‌ରେ ନିର୍ଭର କରୁଛି। ଦଳରେ ସାମିଲ ହୋଇଥିଲେ ମଧ୍ୟ କୋହଲି ଖେଳିବା ନେଇ ସ୍ପଷ୍ଟ କରିନାହାନ୍ତି। କୋହଲି ଶେ‌ଷ ଥର ଲାଗି ୨୦୧୨ ନଭେମ୍ବରରେ ଗାଜିଆବାଦରେ ଉତ୍ତରପ୍ରଦେଶ ବିପକ୍ଷରେ ରଣଜୀ ମ୍ୟାଚ୍‌ ଖେଳିଥିଲେ। ଅନ୍ୟପକ୍ଷରେ ଋଷଭ ପନ୍ତ ରଣଜୀ ଟ୍ରଫିରେ ଖେଳିବା ପ୍ରାୟ ନିଶ୍ଚିତ ହୋଇଛି। ବହୁ ଦିନ ପରେ ରଣଜୀକୁ ଫେରିବା ନେଇ ଏହି ୱିକେଟ୍‌କିପର ବ୍ୟାଟର୍‌ ଦିଲ୍ଲୀ ଓ ଡିଷ୍ଟ୍ରିକ୍ଟ କ୍ରିକେଟ୍‌ ସଂଘ (ଡିଡିସିଏ) ମୁଖ୍ୟ ରୋହନ ଜେଟଲୀଙ୍କୁ ନିଜ ସମ୍ମତି ଜଣାଇ ଦେଇଛନ୍ତି। ତେବେ ଦଳର ନେତୃତ୍ବ ନେବାକୁ ମନା କରି ଦେଇଛନ୍ତି। ଆଗାମୀ ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ଏବଂ ଚାମ୍ପିଅନ୍‌ସ ଟ୍ରଫି ଦଳରେ ସାମିଲ ହେବାର ସମ୍ଭାବନା ଥିବାରୁ ପନ୍ତ ଏଭଳି ନିଷ୍ପତ୍ତି ନେଇଛନ୍ତି। ଫଳରେ ଦଳର ନେତୃତ୍ବଭାର ହେମାଙ୍ଗ ବଦୋନିଙ୍କୁ ମିଳିଛି।

SHARE BY