The Topmost

“The eyes believe themselves, the ears believe other people.”

ଏହି ସଂକେତ ଦ୍ବାରା ଜାଣନ୍ତୁ ନିଜର ସ୍ବାସ୍ଥ୍ୟ ଅବସ୍ଥା

ସୁସ୍ଥ ସ୍ବାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ, ଭଲ ନିଦ ଓ ଚିନ୍ତାମୁକ୍ତ ରହିବା ନିହାତି ଆବଶ୍ୟକ ହୋଇଥାଏ। ଯଦି ଆପଣ ଏସବୁ ଦିଗ ପ୍ରତି ଧ୍ୟାନ ଦେବେ ତେବେ ଏକ ସୁସ୍ଥ ଜୀବନଯାପନ କରି ପାରିବେ। ଏମିତି କିଛି ଲକ୍ଷଣ ରହିଛି ଯାହାକି ଏକ ସୁସ୍ଥ ଶରୀରକୁ ସୂଚିତ କରିଥାଏ।

ପ୍ରଥମତଃ ଆପଣଙ୍କୁ ଶୋଇବା ସମୟରେ ଯଦି ୩୦ମିନିଟ ମଧ୍ୟରେ ନିଦ ଆସି ଯାଉଛି ତେବେ ଏହା ଏକ ସୁସ୍ଥ ଶରୀର ଲକ୍ଷଣ ହୋଇଥାଏ।

ସେହିପରି ମହିଳାମାନଙ୍କ କ୍ଷେତ୍ରରେ ଯଦି ୨୧ରୁ ୪୫ ଦିନ ମଧ୍ୟରେ ଋତୁସ୍ରାବ ଆସୁଛି। ତେବେ ଏହା ବି ସୁସ୍ଥ ଶରୀର ଏକ ସଙ୍କେତ ରହିଛି। ଏଥିସହିତ ଦିନ ଭିତରେ ଆପଣ ଆପଣଙ୍କ ଦୈନଦିନ କାମ କରିବା ସମୟରେ ଯଦି କ୍ଲାନ୍ତ ଅନୁଭବ କରୁ ନାହାନ୍ତି ତେବେ ଆପଣ ସୁସ୍ଥ ଅଛନ୍ତି ବୋଲି ଜାଣି ରଖନ୍ତୁ।

ସେହିପରି କୌଣସି ଜିନିଷକୁ ଯଦି ଆପଣ ସହଜରେ ମନେ ରଖି ପାରୁଛନ୍ତି, ‌ଏହା ଏକ ସୁସ୍ଥ ମସ୍ତିଷ୍କର ସଙ୍କେତ ଅଟେ। ଏହି କ୍ରମରେ ପ୍ରତିଦିନ ମଳତ୍ୟାଗ କଲା ବେଳେ ଯଦି କୌଣସି ଅସୁବିଧା ହେଉନାହିଁ, ଏହାବି ଶରୀର ସୁସ୍ଥ ଥିବାକୁ ସୂଚିତ କରେ।

ଶିଢ଼ି ଚଢ଼ିବା ସମୟରେ ଯଦି ଜୋ‌ରଜୋରରେ ନିଶ୍ବାସ ଚାଲୁ ନାହିଁ ତେବେ ଏହା ସୁସ୍ଥ ହୃଦୟର ସଙ୍କେତ ଦିଏ। ସେହିପରି କୌଣସି ସ୍ଥାନରେ ଆଘାତ ଲାଗିଲେ ଯଦି ଘା’ ଠିକ ସମୟରେ ଶୁଖିଯାଉଛି, ତେବେ ଜାଣି ରଖନ୍ତୁ ଶରୀରର ଇମ୍ୟୁନି ସିଷ୍ଟମ ଠିକ ଅଛି।

ଚର୍ମ ଯଦି କୁ‌ଣ୍ତେଇ ହେଉ ନାହିଁ କି ବ୍ରଣ ସମସ୍ୟା ନାହିଁ ଜାଣି ରଖନ୍ତୁ ଶରୀର ସୁସ୍ଥ ଅଛି । କାରଣ ଶରୀର ଭିତରେ ‌‌କୌଣସି ଅସୁବିଧା ଥିଲେ ତାହା ସିଧାସଳଖ ଚର୍ମ ଉପରେ ପଡ଼ିଥାଏ।

SHARE BY