ଓଡ଼ିଶାରେ ଲାଗୁ ହେବ ସୁଭଦ୍ରା ଯୋଜନା । ମହିଳାଙ୍କୁ ମିଳିବ ଭାଉଚର । ସୁଭଦ୍ରା ଯୋଜନାକୁ ନେଇ ବଡ ଘୋଷଣା କରିସାରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ସେ କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ ବଜେଟ୍ ରେ ୧୦ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଆଉ ଏହି ଯୋଜନାରେ ଯୋଗ୍ୟ ମହିଳାଙ୍କୁ ମିଳିବ କ୍ୟାସ୍ ଭାଉଚର । ଯାହା ଫଳରେ ଆର୍ଥିକ ଭାବେ ସ୍ବଚ୍ଛଳ ହେବେ ମହିଳା ।
ଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡା କହିଥିଲେ ସୁଭଦ୍ରା ଯୋଜନାକୁ ନେଇ ଅଗଷ୍ଟ ୧୫ ସୁଦ୍ଧା ମୋଡାଲିଟି ଆସିବ। ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଏହି ଯୋଜନାର ଶୁଭାରମ୍ଭ ହେବ। ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନିଆଯିବ। ମତାମତ ନିଆଯିବା ପରେ ସେପ୍ଟେମ୍ବର ୧୭ ତାରିଖରେ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର ଭାଉଚର ।ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଦିଲ୍ଲୀ ଗସ୍ତରେ ଥିବା ବେଳେ ସୁଭଦ୍ରା ଯୋଜନାକୁ ନେଇ ବଡ ଘୋଷଣା କରିଥିଲେ । ସିଏମ୍ ମୋହନ ମାଝୀଙ୍କ ସହିତ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଓ ପ୍ରଭାତୀ ପରିଡା ଦିଲ୍ଲୀ ଗସ୍ତରେ ଥିବା ବେଳେ ସେଠାରୁ ବଡ ଘୋଷଣା କରିଥିଲେ।
ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହେବ ସୁଭଦ୍ରା ଯୋଜନା। ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କୁ ବଡ ଭେଟି ଦେବେ ମୋହନ ସରକାର । ମିଳିବ ୫୦ ହଜାର ଟଙ୍କା ଭାଉଚର । ସୁଭଦ୍ରା ଯୋଜନା ପରିବାରର ଜଣେ ମହିଳାଙ୍କୁ ମିଳିପାରିବ । ଏକ ରୁ ଅଧିକ ମହିଳାଙ୍କୁ ଏହି ସ୍କିମ୍ର ସୁବିଧା ମିଳିବ ନାହିଁ । ମହିଳାଙ୍କ ପାଇଁ କ୍ୟାବିନେଟ୍ ବୈଠକରେ ବଡ ନିଷ୍ପତ୍ତି ନିଆଯାଇଥିଲା । ଏବେ ତାହା କାର୍ଯ୍ୟକାରୀ କରିବା ଦିଗରେ ଜୋରଦାର ପ୍ରୟାସ ଜାରି ରଖିଛନ୍ତି ମୋହନ ସରକାର ।ଓଡ଼ିଶାର ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବାକୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଉଛି ବିଜେପି ସରକାର ।
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା