ନୂଆଁଖାଇ ଅବସରରେ ଚାଷୀଙ୍କୁ ମିଳିବ ସିଏମ କିଷାନ ଯୋଜନା ଟଙ୍କା। କାଳିଆ ଯୋଜନାର ନାଁ ବଦଳି ସିଏମ କିଷାନ ଯୋଜନା ହୋଇଛି। କିନ୍ତୁ କାଳିଆ ଯୋଜନାରେ ଚାଷୀଙ୍କୁ ମିଳୁଥିବା ସହାୟତା ରାଶି ମିଳିବ କି ନାହିଁ ତାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଏବେ ବି ଦ୍ବନ୍ଦ୍ବ । ହେଲେ, ଏସବୁ ଭିତରେ ଚାଷୀଙ୍କ ପାଇଁ ଭଲ ଖବର ଆସିଛି। ସେପ୍ଟେମ୍ବର ୮ରେ ପଡୁଥିବା ନୂଆଁଖାଇ ପର୍ବ ଅବସରରେ ଚାଷୀଙ୍କୁ ସିଏମ କିଷାନ ଟଙ୍କା ଦେବାକୁ ଯୋଜନା କରିଛନ୍ତି ନୂଆ ସରକାର। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଁଚିଛି। ଏବଂ ମଞ୍ଜୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଫାଇଲ ପଠାଯିବ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ଫାଇଲରେ ଦସ୍ତଖତ କରିବା ପରେ ଚାଷୀଙ୍କ ଖାତାକୁ ଯିବ ସିଏମ କିଷାନ ଟଙ୍କା। ନୂଆଁଖାଇ ପଶ୍ଚିମ ଓଡିଶାର ଗଣପର୍ବ ହୋଇଥିବାରୁ ଏହି ଅବସରରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି ମୋହନ ସରକାର।
ସିଏମ କିଷାନ ଯୋଜନା ପାଇଁ ମୋହନ ସରକାର ବଜେଟରେ ୧୯ଶହ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ହେଲେ, ସିଏମ କିଷାନ ଯୋଜନାରେ କ୍ଷୁଦ୍ର, ନାମମାତ୍ର ଚାଷୀଙ୍କ ସହ ଭୂମିହୀନଙ୍କୁ ସହାୟତା ମିଳିବ କି ନାହିଁ ତାହା ସ୍ପଟ ହୋଇନି। ପୂର୍ବରୁ ୪୫ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୧୯ଲକ୍ଷରୁ ଅଧିକ ଭୂମିହୀନଙ୍କୁ କାଳିଆ ଯୋଜନାରେ ସହାୟତା ମିଳିଥିଲା। ହେଲେ ଦଳୀୟ ଭିତିରେ ଚୟନ ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ ସହାୟତା ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇ ଆସୁଛି। ତେଣୁ ପୂର୍ବ ସରକାର ସମୟରେ ହିତାଧିକାରୀ ଚୟନରେ ଯେଉଁ ଦୋଷ ତ୍ରୁଟି ରହିଥିଲା, ସେସବୁକୁ ନୂଆ ସରକାର ସୁଧାରି ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରିବେ ବୋଲି ଆଶା କରାଯାଉଛି। କିନ୍ତୁ କେତେ ହିତାଧିକାରୀ ଓ କେଉଁମାନଙ୍କୁ ସହାୟତା ରାଶି ମିଳୁଛି ତାହା ଆଗାମି ଦିନରେ ସ୍ପଟ ହେବ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ