The Topmost

“The eyes believe themselves, the ears believe other people.”

ସମୟ ଥାଇ ଜାଣନ୍ତୁ ହୃଦଘାତର ଲକ୍ଷଣ, ଆଉ ରୁହନ୍ତୁ ସତର୍କ

ହାର୍ଟ ଫେଲ୍ୟୁୟର୍‌(ଏଚ୍‌ଏଫ୍‌)ର ଅର୍ଥ କଣ?
ହାର୍ଟ ଫେଲ୍ୟୁୟର୍‌ର ଅର୍ଥ ନୁହେଁ ଯେ ହୃଦୟ ଆଉ କାମ କରୁନି। ବଞ୍ଚିବା ଆଶା ଆଉ ବାକି ନାହିଁ। ଏଚ୍‌ଏଫ୍‌ର ଅର୍ଥ ହେଉଛି, ହୃଦୟରେ ଯେଉଁ ପରିମାଣର ରକ୍ତ ସଂଚାଳନ ହେବା ଉଚିତ, ତାହା ଠିକ ଭାବରେ ହେଉନାହିଁ।
କେଉଁ ସଙ୍କେତ ଓ ଲକ୍ଷଣ ଅଣଦେଖା କରିବା ଉଚିତ ନୁହେଁ?
ଅଣନିଃଶ୍ବାସୀ ହୋଇପଡ଼ିବା, ଗୋଡ଼ କିମ୍ବା ପେଟରେ ଫୁଲା, ଲଗାତାର କାଶ ହେବା କିମ୍ବା ନିଃଶ୍ବାସ ପ୍ରଶ୍ବାସ ନେବା ସମୟରେ ସୁସୁରି ମାରିବା ଭଳି ଶବ୍ଦ ହେବା, କ୍ଲାନ୍ତି ବା ଦୁର୍ବଳ ଅନୁଭବ କରିବା, ଦ୍ବନ୍ଦ୍ବ, ବାଧିତ ଚିନ୍ତାଧାରା, ବର୍ଧିତ ଅନିୟମିତ ହୃତ୍‌ସ୍ପନ୍ଦନ ହାର ଆଦି ଲକ୍ଷଣ ଅନୁଭବ କଲେ, ତୁରନ୍ତ ଡାକ୍ତରଙ୍କୁ ଦେଖା କରି ପରାମର୍ଶ ନେବା ଜରୁରୀ।
ଜଣଙ୍କଠାରେ ଏଚ୍ଏଫ୍ ନାହିଁ ବୋଲି କେମିତି ଜଣାପଡ଼ିବ?
ଏହି ସବୁ ଲକ୍ଷଣ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ଉଦାହରଣ ସ୍ବରୂପ, ଅଣନିଃଶ୍ବାସୀ ହେଉନାହାନ୍ତି ଅର୍ଥାତ୍ ପରିସ୍ଥିତି ଗୁରୁତର ହୋଇନାହିଁ। ଶାରୀରିକ ଭାବରେ କାର୍ଯ୍ୟାଳୟସ୍ତରରେ ଆପଣଙ୍କ ପାଇଁ ସବୁ ସ୍ବାଭାବିକ ଅଛି। ଦେହରେ ନୂଆ କରି କେଉଁଠାରେ ଫୁଲା ହୋଇନାହିଁ। ଆପଣଙ୍କ ଗୋଡ଼ ଗଣ୍ଠି ଏବଂ ଗୋଡ଼ ସ୍ବାଭାବିକ ଦେଖାଯାଉଛି, ଓଜନ ସ୍ଥିର ରହିଛି, ଛାତିରେ ଯନ୍ତ୍ରଣା ନାହିଁ।
କୌଣସି ପ୍ରକାର ଆକସ୍ମିକ ପରିବର୍ତ୍ତନ ଦେଖିଲେ ଆପଣଙ୍କ ଡାକ୍ତରଙ୍କୁ ଜଣାନ୍ତୁ-
ବାରମ୍ବାର ଶୁଖିଲା ତଥା ଲହରା କାଶ ହେଲେ, ବିଶ୍ରାମ କଲାବେଳେ ଅଣନିଃଶ୍ବାସୀ ଲାଗିଲେ, ଶୋଇବା ସମୟରେ ଅସହଜବୋଧ ଅନୁଭବ କଲେ, ହଠାତ୍‌ ୧ରୁ ୧.୩ କିଲୋଗ୍ରାମ ଓଜନ ବଢ଼ିଲେ, ମୁଣ୍ଡ ବୁଲାଇଲେ, ଦ୍ବନ୍ଦ୍ବରେ ପଡ଼ିଲେ, ଦୁଃଖ ଲାଗିଲେ, କିମ୍ବା ମାନସିକ ଚାପଗ୍ରସ୍ତ ହେ‌ଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଜରୁରୀ। ସେହିଭଳି ଶରୀରର ତଳ ଅଂଶରେ ଅସହଜବୋଧ କିମ୍ବା ଫୁଲା ବଢ଼ିଲେ, ଡାକ୍ତର ଦେଖାଇବା ଉଚିତ। କାରଣ ଏହି ସତର୍କତା ହିଁ ଚେତାବନୀ ଅଟେ।
ଯଦି ଆପଣଙ୍କ ହାର୍ଟ ଫେଲ୍ୟୁୟର ହୁଏ, ଆପଣ କଣ କରିପାରିବେ?
ଏଚ୍ଏଫ ସହିତ ବଞ୍ଚିବା ପାଇଁ ଡାକ୍ତର ପରାମର୍ଶ ଅନୁଯାୟୀ ନୂଆ ସ୍ବାସ୍ଥ୍ୟକର ଅଭ୍ୟାସ ଗୁଡ଼ିକ ଆପଣାନ୍ତୁ। ଉଦାହରଣ ସ୍ବରୂପ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସଠିକ ଔଷଧ ସେବନ କରନ୍ତୁ, ପ୍ରତିଦିନ ଲକ୍ଷଣଗୁଡ଼ିକ ଉପରେ ନଜର ରଖନ୍ତୁ, କମ ସୋଡିୟମ୍‌ ଯୁକ୍ତ ଖାଦ୍ୟ ଖାଆନ୍ତୁ, ମଦ ପିଇବା ବିଷୟରେ ଡାକ୍ତରଙ୍କୁ ପଚାରନ୍ତୁ, ପ୍ରତିଦିନ ନିଜକୁ ଓଜନ କରନ୍ତୁ, ଯଦ୍ବାରା ଆପଣ ଜାଣିପାରିବେ ଯେ ଶରୀରରେ ତରଳ ପଦାର୍ଥ କମ ରହୁଛି କି ନାହିଁ। ନିୟମିତ ଶାରୀରିକ କାର୍ଯ୍ୟକଳାପ କରନ୍ତୁ। ଧୂମପାନ କରନ୍ତୁ ନାହିଁ।
ଏଚ୍‌ଏଫ୍‌ ସହିତ ବଞ୍ଚିବା ପାଇଁ କଣ କରିବେ?
ଏଚ୍‌ଏଫ୍‌ ରୋଗୀମାନେ ସ୍ବାଭାବିକ ଏବଂ ସକ୍ରିୟ ଜୀବନ ବଞ୍ଚି ପାରିବେ। ମନେ ରଖନ୍ତୁ ପ୍ରତ୍ୟେକ ହୃଦ୍‌ରୋଗ ହାର୍ଟ ଫେଲ୍ୟୁୟର ନୁହେଁ। ଆପଣ ଡାକ୍ତରଙ୍କୁ ଲକ୍ଷଣଗୁଡ଼ିକ ବିଷୟରେ କୁହନ୍ତୁ। ‘ହୃତ୍‌ପିଣ୍ଡ କାମ କରୁଛି ଏବଂ ଅକାମୀ ହୋଇନାହିଁ’। ଏହା ହେଉଛି ଆପଣଙ୍କ ହୃଦୟର ସଫଳତା ପାଇଁ ମନ୍ତ୍ର। ବର୍ତ୍ତମାନ ପ୍ରଥମ ପଦକ୍ଷେପ ନେବାର ସମୟ ଆସିଯାଇଛି।

SHARE BY