ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୪ପାଇଁ ପ୍ରସ୍ତୁତି ଖୁବ ଜୋରସୋରରେ ଚାଲିଛି। ଏହି ସିଜିନ୍ ପାଇଁ ନିଲାମି ଡିସେମ୍ବର ୧୯ରେ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଛି। ଆଇପିଏଲ୍ ୨୦୨୪ ଆରମ୍ଭ ହେବାର ଠିକ୍ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ସାମ୍ନାକୁ ଆସିଛି। ଦଳ ଶ୍ରେୟସ ଅୟରଙ୍କୁ ପୁଣି ଅଧିନାୟକ କରିଥିବା ଜଣାପଡ଼ିଛି। ଆହତ ହେବା ପରେ ଗତ ସିଜନରେ ସେ ଖେଳିପାରିନଥିଲେ। ତାଙ୍କ ଅନୁପସ୍ଥିତିରେ ନୀତୀଶ ରାଣାଙ୍କୁ ଅଧିନାୟକ କରାଯାଇଥିଲା । ହେଲେ ଚଳିତ ବର୍ଷ ପୁଣି ଥରେ କେକେଆରର ଅଧିନାୟକତ୍ବ କରିବେ ଶ୍ରେୟସ। କେକେଆର ପକ୍ଷରୁ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କକୁ ଏହି ସୂଚନା ଦିଆଯାଇଛି।
ଶ୍ରେୟସ ଆହତ ହେବା ପରେ ଗତ ସିଜନରେ ଖେଳିପାରିନଥିଲେ। ଏହି କାରଣରୁ ନୀତୀଶ ପୁରା ସିଜିନ ପାଇଁ ଅଧିନାୟକ ହୋଇଥିଲେ। ବର୍ତ୍ତମାନ ଅୟରଙ୍କ ପ୍ରତ୍ୟାବର୍ତ୍ତନ ପରେ ତାଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିବା ସହ ନୀତୀଶଙ୍କୁ ଉପଅଧିନାୟକ କରିଛି କେକେଆର। ଅୟର ଜଣେ ଅଭିଜ୍ଞ ଖେଳାଳି ହୋଇଥିବା ବେଳେ ଅନେକ ଥର ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଅଧିନାୟକ ହେବା ପରେ ଶ୍ରେୟସ୍ କହିଛନ୍ତି, “ଗତ ସିଜିନ ଆମ ପାଇଁ ବହୁତ ଚ୍ୟାଲେଞ୍ଜିଂ ଥିଲା। ନୀତୀଶ ତାଙ୍କ ଦାୟିତ୍ବକୁ ବହୁତ ଭଲ ଭାବରେ ପୂରଣ କରିଥିଲେ। ମୋ ସ୍ଥାନ ପୂରଣ କରିବା ସହିତ ସେ ଭଲ ଅଧିନାୟକ ହୋଇଥିଲେ। ମୁଁ ଖୁସି ଯେ କେକେଆର ତାଙ୍କୁ ଉପଅଧିନାୟକ କରିଛି।”
More Stories
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ