କେନ୍ଦ୍ରାପଡା ରସାବଳିକୁ ମିଳିଲା GI ଟ୍ୟାଗ । ୨୦୨୧ରେ GI ଟ୍ୟାଗିଂ ପାଇଁ ଆବେଦନ ହୋଇଥିବାବେଳେ ଏହାକୁ ମାନ୍ୟତା ମିଳିଛି । ପ୍ରଭୁ ଶ୍ରୀବଳଦେବ ଜିଉଙ୍କ ପ୍ରିୟ ପ୍ରସାଦ ରସାବଳି । ଏହାକୁ GI ଟ୍ୟାଗ ପାଇଁ ରସାବଳି ମିଷ୍ଟାନ ନିର୍ମାତା ସଂଘ ତରଫରୁ ଆବେଦନ ହୋଇଥିଲା । ଜଗନ୍ନାଥ ମନ୍ଦିରରେ ପରସା ଯାଉଥିବା ୫୬ ଭୋଗରୁ ଅନ୍ୟତମ ହେଉଛି ରସାବଳି । ରସାବଳି ଓଡ଼ିଶାର କେନ୍ଦ୍ରାପଡ଼ାରୁ ଆରମ୍ଭ ହୋଇଥିବା ଗବେଷକ ମତ ଦିଅନ୍ତି । ଗବେଷକଙ୍କ ମତ ଅନୁଯାୟୀ ରସାବଳି ଆଜି କିମ୍ବା କାଲିର ନୁହେଁ ଏହା ଦୀର୍ଘ ୭ଶହ ବର୍ଷର ଇତିହାସ ସହିତ ଜଡ଼ିତ । ୧୨୨୦ ଖ୍ରୀଷ୍ଟାବ୍ଦରେ କେନ୍ଦ୍ରାପଡା ସହରର ମଧ୍ୟସ୍ଥଳୀରେ ପ୍ରଭୁ ବଳଦେବଜୀଉ ବିଜେ କରିଥିଲେ । ସେହି ସମୟରୁ ତାଙ୍କ ନିକଟରେ ରସାବଳି ଭୋଗ ହେଉଛି । ବିଶ୍ବାସ ରହିଛି ଯେ ତୁଳସୀକ୍ଷେତ୍ରରେ ପ୍ରଭୁ ଶ୍ରୀ ବଳଦେବଜୀଉ, ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀ ଜଗନ୍ନାଥ ପୂଜା ପାଇବା ଦିନଠାରୁ ହିଁ ତିନି ଦିଅଁଙ୍କ ପାଖରେ ରସାବଳି ଲାଗି କରାଯାଉଛି । ସେପଟେ ରସାବଳିକୁ ଜିଆଇ ଟ୍ୟାଗ ମିଳିବା ପରେ ସାରା କେନ୍ଦ୍ରାପଡ଼ାରେ ଖୁସି ଖେଳିଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା