ବିଜେପି ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ କିଭଳି ଶାସନ ବ୍ୟବସ୍ଥା ଚାଲିଛି ଏହାକୁ ବ୍ୟାଖ୍ୟା କରୁ କରୁ କେଜ୍ରିୱାଲ କହିଥିଲେ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ଶାସନକୁ ବରଦାସ୍ତ କରିପାରୁନି ବିଜେପି । ତେଣୁ ପ୍ରତ୍ୟେକ ସମୟରେ ତାଙ୍କୁ ହଇରାଣ କରାଯାଉଛି । ଫର୍ଜି ମାମଲାରେ ଫଶାଯାଉଛି । କଳେବଳେ କୌଶଳେ ଜେଲ ପଠାଇବାକୁ ଷଡ଼ଯନ୍ତ୍ର କରୁଛି ବିଜେପି । ବେଶ କଷ୍ଟକର ସ୍ଥିତିରେ ସେ ଦିଲ୍ଲୀକୁ ସମ୍ଭାଳିଛନ୍ତି । ଦିଲ୍ଲୀ ଓ ଦିଲ୍ଲୀବାସୀଙ୍କ ରକ୍ଷା ପାଇଁ ନିଜକୁ ବାଜି ଲଗାଇଦେଇଛନ୍ତି । ତେଣୁ ସେ ନୋବେଲ ପୁରସ୍କାରର ହକଦାର । ସେପଟେ କେଜ୍ରିୱାଲଙ୍କ ଅଭିଯୋଗର ପାଲଟା ଜବାବ ରଖିଛି ବିଜେପି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ୭ଥର ସମନ ମିଳିବା ସତ୍ୱେ କେଜ୍ରିୱାଲ ହାଜର ହୋଇନାହାଁନ୍ତି । ଆପ୍ କହିଛି ମାମଲା କୋର୍ଟରେ ଅଛି । ଫଇସଲା ଆସିବା ପୂର୍ବରୁ ବାରମ୍ବାର ସମନ ପଠାଇବା ଇଡିର ଏକ ଷଡ଼ଯନ୍ତ୍ର । କଳେବଳେ କୌଶଳ କେଜ୍ରିୱାଲଙ୍କୁ ଗିରଫ କରିବାକୁ ବିଜେପି ଇସାରାରେ ତଦନ୍ତକାରୀ ସଂସ୍ଥା ସମନ ପଠାଉଥିବା ଆପ କହିଛି । ସେପଟେ ବିଜେପିକୁ କଂଗ୍ରେସ ମଧ୍ୟ ଟାର୍ଗେଟ କରିଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ