ଜମ୍ମୁ-କାଶ୍ମୀରରେ ପୁଣି ଟାର୍ଗେଟ୍ କିଲିଂ । ଯାହାର ଶିକାର ହେଲେ ଜଣେ ନୀରିହ କାଶ୍ମୀର ପଣ୍ଡିତ । ଆତଙ୍କବାଦୀଙ୍କ ଷଡଯନ୍ତ୍ରର ଶିକାର ହୋଇଛନ୍ତି ଶୋପିୟାଂରେ ରହୁଥିବା କାଶ୍ମୀର ପଣ୍ଡିତ ପୂରଣ କୃଷ୍ଣ ଭଟ୍ଟ । ପୂରଣ ଭଟ୍ଟ ତାଙ୍କ ଘର ପରିସରରେ ଥିବା ବଗିଚାରେ ବୁଲୁଥିବାବେଳେ ଆତଙ୍କବାଦୀମାନେ ତାଙ୍କ ଉପରେ ଗୁଳି ମାଡ କରିଥିଲେ । ପୂରଣ କୃଷ୍ଣଙ୍କୁ ଗୁରୁତର ଭାବେ ପାଖ ହସ୍ପିଟାଲକୁ ନିଆଯାଇଥିଲା । ତେବେ ସେଠାରେ ଚିକିତ୍ସା ଚାଲିଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । ପୂରଣଙ୍କ ପୂର୍ବରୁ ଶେପିୟାଂରେ ବାରମ୍ବାର କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯାଇଛି । ଏହା ପୂର୍ବରୁ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତ ସୁନୀଲ କୁମାର ଭଟ୍ଟଙ୍କୁ ଗୁଳିମାରି ହତ୍ୟା କରିଥିଲେ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ