The Topmost

“The eyes believe themselves, the ears believe other people.”

ମୁଭି ହିଟ୍ ପାଇଁ ଫିଙ୍ଗନ୍ତି ଟଙ୍କା !

ନିଜର ସ୍ପଷ୍ଟ ମତ ପାଇଁ ସର୍ବଦା ଚର୍ଚ୍ଚାରେ ଥାଆନ୍ତି କଣ୍ଟ୍ରୋଭର୍ସି କୁଇନ୍ ଅଭିନେତ୍ରୀ କଙ୍ଗନା ରନାୱତ । ବଲିଉଡ ଅଭିନେତା ରଣବୀର କପୁରଙ୍କ ପରେ ଏବେ ପୁଣି ଥରେ ବଲିଉଡ ପ୍ରଯୋଜକ-ନିର୍ଦ୍ଦେଶକ କରଣ ଜୋହରଙ୍କୁ ଟାର୍ଗେଟ କଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍ । କରଣଙ୍କୁ ଶକୁନି କହିସାରିଥିବା କଙ୍ଗନା ଏବେ ତାଙ୍କ ଉପରେ ଏକ ବଡ଼ ଆରୋପ ଲଗାଇଛନ୍ତି । କରଣ ଟଙ୍କା ଫିଙ୍ଗି ଫିଲ୍ମକୁ ହିଟ୍ କରାଇପାରନ୍ତି ବୋଲି କହିଛନ୍ତି କଙ୍ଗନା । ଅଭିନେତ୍ରୀ କଙ୍ଗନା ତାଙ୍କ ଇନଷ୍ଟାରେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି କରଣ ଜୋହର ଟଙ୍କା ଦେଇ ରିଲିଜ୍ ହୋଇଥିବା ଫିଲ୍ମର ଭଲ ରିଭ୍ୟୁ ଦେବାକୁ କୁହନ୍ତି । ରବିବାର ଦିନ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ କରଣଙ୍କର ଏକ ପୁରୁଣା ଭିଡିଓ ପୋଷ୍ଟ କରିଥିଲେ କଙ୍ଗନା । ଏଥିରେ ନିର୍ଦ୍ଦେଶକ କରଣ ଜୋହର ଜଣେ ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ କହୁଥିଲେ ଯେ ସଂଖ୍ୟା ବଦଳାଯାଇପାରିବ ଏବଂ ଟଙ୍କା ଦେଇ କିଛି ବି ପରିବର୍ତ୍ତନ କରାଯାଇପାରିବ । କରଣଙ୍କ ଏହି ଭିଡିଓ ସେୟାର କରି କଙ୍ଗନା ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି, କରଣ ଜୋହର ଜୀ କହୁଛନ୍ତି ଯେ ସେ ଟଙ୍କା ଫିଙ୍ଗି କିଛି ବି କରିପାରିବେ । ଲୋକମାନଙ୍କ ମନରେ କିଛି ବି ଧାରଣା ତିଆରି କରିପାରିବେ । ସେ କେବଳ ନିଜ ଫିଲ୍ମ ହିଟ୍ କରାଇବାକୁ ଏଭଳି କରନ୍ତି ନା ଅନ୍ୟର ହିଟ୍ ଫିଲ୍ମକୁ ଫ୍ଲପ କରିବା ପାଇଁ ମଧ୍ୟ ସେ ଟଙ୍କା ଦିଅନ୍ତି । ତେବେ ନିକଟରେ ରଣବୀର-ଆଲିଆଙ୍କ ଚଳଚ୍ଚିତ୍ର ‘ରକି ଔର ରାନୀ କି ପ୍ରେମ କାହାନି’ର ସଫଳତା ପାଇଁ କରଣ ଜୋହରଙ୍କୁ ଏଭଳି କହି ରଣବୀର ଟାର୍ଗେଟ କରିଥିବା ଚର୍ଚ୍ଚା ହେଉଛି ।