Look Back Entertainment, ହାଇକମାଣ୍ଡଙ୍କ ଡରରେ ବୟାନ ବଦଳାଇଲେ କଙ୍ଗନା

ନିଜ ବୟାନକୁ ନେଇ ପୁଣି ବିବାଦରେ ବଲିଉଡର ପଙ୍ଗା କୁଇନ୍ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତ। କୃଷି ଆଇନ୍କୁ ନେଇ ସେ ବିବାଦୀୟ ବୟାନ ଦେଇଥିଲେ। ତେବେ ଏହାକୁ ନେଇ ଚାପ ବଢ଼ିବାରୁ ସେ ଏବେ ମାରିଛନ୍ତି ୟୁ-ଟର୍ଣ୍ଣ। ଭିଡିଓ ଜାରି କରି ସଫେଇ ଦେବା ସହ ନିଜ ମତ ବଦଳାଇଛନ୍ତି। ରଦ୍ଦ ହୋଇଥିବା ତିନି କୃଷି ଆଇନକୁ ପୁଣି ଥରେ ଲାଗୁ କରିବାକୁ ନେଇ ମଙ୍ଗଳବାର ବୟାନ ଦେଇଥିଲେ କଙ୍ଗନା।

https://www.instagram.com/reel/DAVDM0woz6g/?igsh=ZTNpZGloZ2xpZzJ6

ତାଙ୍କର ଏହି ବୟାନ ସାମ୍ନାକୁ ଆସିବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଥିଲା। ଚାରିଆଡୁ ତାଙ୍କୁ ଟାର୍ଗେଟ୍ କରାଯାଇଛି। ଏପରିକି ସେ ନିଜ ଦଳରେ ମଧ୍ୟ ସମାଲୋଚନାର ଶିକାର ହୋଇଛନ୍ତି। ଏହାପରେ ସେ ଏବେ ଏକ ନୂଆ ଭିଡିଓ ଜାରି କରି ନିଜ ଶବ୍ଦ ଫେରାଇ ନେଉଥିବା କହିଛନ୍ତି।

ସୋଶାଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ କଙ୍ଗନା କହିଛନ୍ତି ଯେ ‘ମୁଁ କୃଷି ଆଇନ ସମ୍ବନ୍ଧରେ ମୋ ଦଳ ସହ ଛିଡା ହୋଇଛି। ମୁଁ ମୋର ଶବ୍ଦଗୁଡିକୁ ଫେରାଇ ନେଉଛି। ଗତ କିଛି ଦିନ ହେବ ଗଣମାଧ୍ୟମ ମୋତେ କୃଷି ଆଇନ ଉପରେ ପ୍ରଶ୍ନ ପଚାରୁଥିଲା। ​​ମୁଁ ପରାମର୍ଶ ଦେଇଥିଲି ଯେ କୃଷକମାନେ ପ୍ରଧାନମନ୍ତ୍ରୀଙ୍କୁ କୃଷି ଆଇନ ଫେରାଇ ଆଣିବା ପାଇଁ ଅନୁରୋଧ କରିବା ଉଚିତ୍। ମୋର ଏହି ବିବୃତ୍ତିରେ ଅନେକ ଲୋକ ନିରାଶ ହୋଇଛନ୍ତି।’

SHARE BY