ଝାଡଖଣ୍ଡବାସୀଙ୍କ ଆତ୍ମସମ୍ମାନ ଓ ସ୍ବାଭିମାନକୁ ଜେଲରେ ଠୁଙ୍କି ଦିଆଗଲା । ଏହାର ଜବାବ ରାଜ୍ୟବାସୀ ଦେବେ ବୋଲି କହିଛନ୍ତି ପୂର୍ବତନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ । ଜେଏମଏମ ପ୍ରତିଷ୍ଠା ଦିବସରେ କଳ୍ପନା କହିଛନ୍ତି- ରାଜ୍ୟବାସୀ ତଥା ଦଳୀୟ କର୍ମୀ ତାଙ୍କ ପ୍ରତି ସମବେଦନା ଜଣାଉଛନ୍ତି । ସ୍ବାମୀ ହେମନ୍ତଙ୍କ ଗିରଫ ହୋଇଥିଲେ ବି ତାଙ୍କ ପ୍ରତି ସମ୍ମାନ ଓ ଭଲ ପାଇବା ଅତୁଟ ରହିଛି । ଗିରିଡିହରେ ଆୟୋଜିତ ସମାବେଶରେ ସେ ରାଜନୀତିରେ ବସ୍ତୁତଃ ପାଦ ଥାପିଛନ୍ତି । ଦଳର ୫୧ତମ ପ୍ରତିଷ୍ଠା ଦିବସକୁ ଆକ୍ରୋଶ ଦିବସ ଭାବେ ପାଳନ କରିଛି ଦଳ । ବାରିପଦାର ଝିଅ କଳ୍ପନା ଏମଟେକ ଓ ଏମବିଏ କରିଥିବାବେଳେ ହେମନ୍ତଙ୍କୁ ସେ ବାହା ହୋଇଥିଲେ । ଗତ ଜାନୁଆରୀ ୩୧ରେ ଜମି ସ୍କାମ ମାମଲାରେ ଗିରଫ ହୋଇଥିଲେ ହେମନ୍ତ । ତାଙ୍କ ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ