The Topmost

“The eyes believe themselves, the ears believe other people.”

କେବଳ ଓଡିଶା ନୁହେଁ ଭାରତରେ ମଧ୍ୟ କାଳୀପୂଜାର ମହତ୍ତ୍ବ ରହିଛି

ଆଲୋକର ପର୍ବ ଦିପାବଳୀ । ଯାହାକି ସମଗ୍ର ଭାରତରେ ବ୍ୟାପକ ଭାବରେ ପାଳନ କରାଯାଉଥିବା ଏକ ବଡ ପର୍ବ । ଦିୱାଲି, ଯଦିଓ ଏକ ହିନ୍ଦୁ ପର୍ବ ଭାବରେ ଜଣାଶୁଣା, ତେବେ ବିଭିନ୍ନ ସମ୍ପ୍ରଦାୟରେ ବିଭିନ୍ନ ରୂପରେ ସାରା ଦେଶରେ ଏହା ପାଳନ କରାଯାଏ । ତେବେ ଏହାର ଅର୍ଥ ହେଉଛି ‘ଅନ୍ଧକାର ଉପରେ ଆଲୋକର ବିଜୟ, ମନ୍ଦ ଉପରେ ଭଲ ଏବଂ ଅଜ୍ଞତା ଉପରେ ଜ୍ଞାନ’ ର ବିଜୟ । ଦିୱାଲୀ ସମଗ୍ର ଭାରତରେ ବ୍ୟାପକ ଭାବରେ ପାଳନ କରାଯାଉଥିବା ଆଲୋକର ପର୍ବ ଭାବରେ ଜଣାଶୁଣା | କାର୍ତ୍ତିକ ମାସରେ ଦିୱାଲୀ ବା ଦୀପାୱାଲୀ ପାଳନ କରାଯାଏ ଏବଂ ଏହି ଉତ୍ସବ ସାଧାରଣତଃ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଯାହା ଧନତେରସ ଠାରୁ ଆରମ୍ଭ କରି ନାରକ ଚତୁର୍ଦ୍ଦଶୀ, ଲକ୍ଷ୍ମୀ ପୂଜନ, ଗୋବର୍ଦ୍ଧନ ପୂଜା ଏବଂ ଭାଇ ଦୁଜ ଠାରେ ଶେଷ ହୋଇଥାଏ । ତେବେ ଦିଓ୍ବାଲୀ ଏକ ସଂସ୍କୃତ ଶବ୍ଦ ଅଟେ । ଦିୟା ଅର୍ଥ ଦୀପ ଏବଂ ଓ୍ବାଲି ଅର୍ଥ ଧାଡି । ଯାହାକି ପ୍ରତ୍ୟେକ କୋଣ ଅନୁକୋଣରେ ମାଟି ଦୀପ ଜାଳିବାକୁ ନେଇ ପାଳନ କରାଯାଇଥାଏ । ତେବେ ଓଡିଶାର ବିଭିନ୍ନ ସ୍ଥାନରେ ଏହି ପର୍ବ ପାଳନ କରାଯାଉ ଥିବାବେଳେ କିଛି ସ୍ଥାନରେ ଏହା ପ୍ରସିଦ୍ଦ ହୋଇଥିବାବେଳେ ଧୁମଧାମରେ ପାଳନ କରାଯାଇଥାଏ । ଓଡିଶାର ଭଦ୍ରକରେ କାଳୀପୂଜା ବେଶ୍ ଆଦୃତି ଲାଭକରିଛି । ଚରମ୍ପା ବଜାରରେ ଭଦ୍ରକ କାଳୀ ପୂଜା ଏକ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଏବଂ ଏହାକୁ ଦେଖିବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଭିଡ଼ ଜମାଇଥାନ୍ତି । ଏଠାରେ ପୂଜାରେ ଏକ ‘ମେଳା’ ରହିଛି ଯେଉଁଥିରେ କେବଳ ରାଜ୍ୟ ନୁହେଁ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଆସାମ, ମଣିପୁର ଏବଂ ୟୁପିରୁ ବିକ୍ରେତାମାନେ ହସ୍ତତନ୍ତ ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ଷ୍ଟଲ ସ୍ଥାପନ କରିଥାନ୍ତି । ତେବେ ଶ୍ରଦ୍ଦାଳୁମାନେ ନିଜ ଘର ସହିତ ବିଭିନ୍ନ ପାଣ୍ଡାଲରେ ମଧ୍ୟ ମା କାଳୀଙ୍କ ପୂଜାର୍ଚ୍ଚନା କରିଥାନ୍ତି । ରାତିରେ ରୀତିନୀତି ଏବଂ ମନ୍ତ୍ର ଉଚ୍ଚାରଣ ସହିତ ମାଙ୍କୁ ପୂଜା କରାଯାଇଥାଏ । ତେବେ ଏହି ପୂଜାରେ ତାନ୍ତ୍ରୀକ ପରମ୍ପରା ଅନୁଯାୟୀ କାଳୀ ପୂଜା ଦିନ ପଶୁମାନଙ୍କୁ ରୀତିନୀତି ଅନୁଯାୟୀ ବଳି ଦିଆଯାଏ ଏବଂ ଦେବୀଙ୍କୁ ଅର୍ପଣ କରାଯାଏ । ଏହାସହ କୋଲକାତା, ଭୁବନେଶ୍ୱର ଏବଂ ଗୁଆହାଟୀରେ ବିଶାଳ ଭସାଣ ଉତ୍ସବ ଆୟୋଜିତ ହୋଇଥାଏ । ଉତ୍ତର ଚବିଶପ୍ରଗଣାର ବାରାସାଟ, ବାରାକପୁର, ନାଇହାଟି ଏବଂ ମାଧ୍ୟାଗ୍ରାମ ଅଞ୍ଚଳ ସେମାନଙ୍କର ମହାନ୍ ପାଣ୍ଡାଲ୍, ଆଲୋକ ଏବଂ ପ୍ରତିମା ପାଇଁ ବେଶ୍ ଜଣାଶୁଣା । ତେବେ ଏକପ୍ରକାର କହିବାକୁ ଗଲେ ସାରା ଭାରତରେ ଦିଓ୍ବାଲି ଏବଂ କାଳୀପୂଜା ବେଶ୍ ଧୁମଧାମରେ ପାଳନ କରାଯାଏ ।