The Topmost

“The eyes believe themselves, the ears believe other people.”

୧୮୩ କୋଟିର ଘରକୁ କିଣିଲେ ରିୟଲ୍‌ ଇଷ୍ଟେଟ୍‌ ଡେଭଲପର୍‌ କେ. ରାହେଜା

() ୧୮୩ କୋଟି ଟଙ୍କାରେ ବିକ୍ରି ହେଲା ଗୋଟିଏ ଘର । ପ୍ରଖ୍ୟାତ ବଲିଉଡ୍‌ ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦେଶକ ବଳଦେବରାଜ ଚୋପ୍ରା ଓରଫ୍‌ ବି. ଆର୍‌. ଚୋପ୍ରାଙ୍କର ଜୁହୁସ୍ଥିତ ଘରକୁ ପ୍ରାୟ ୧୮୩ କୋଟି ଟଙ୍କାରେ ବିକ୍ରି କରାଯାଇଥିବା ସୂଚନା ମିଳିଛି । ଜୁହୁ ପାଖକୁ ଲାଗଥିବା ପ୍ରାୟ ଏକ ଏକର ଜମିରେ ଅବସ୍ଥିତ ୨୫୦୦୦ ବର୍ଗଫୁଟର ଏହି ବିଶାଳ ଅଟ୍ଟାଳିକାକୁ ପ୍ରସିଦ୍ଧ ରିୟଲ୍‌ ଇଷ୍ଟେଟ୍‌ ଡେଭଲପର୍‌ କେ. ରାହେଜା କିଣିଛନ୍ତି ।

ସ୍ୱର୍ଗତ ବି. ଆର୍‌. ଚୋପ୍ରାଙ୍କ ବୋହୂ ତଥା ରବି ଚୋପ୍ରାଙ୍କ ପତ୍ନୀ ରେଣୁ ଚୋପ୍ରା ଉକ୍ତ ସମ୍ପତ୍ତିକୁ ବିକ୍ରିିଛନ୍ତି । ଇକୋନୋମିକ୍‌ ଟାଇମ୍ସର ରିପୋର୍ଟ ଅନୁସାରେ, ଜମି ଓ ଘର ବାବଦକୁ ୧୮୨.୭୬ କୋଟି ଟଙ୍କା ଦିଆଯାଇଛି । ରେଜିଷ୍ଟ୍ରେସନ୍‌ ବାବଦକୁ ବ୍ୟୟ ହୋଇଛି ପ୍ରାୟ ୧୧ କୋଟି ଟଙ୍କା । ସୂଚନା ଅନୁସାରେ, କେ. ରାହେଜା ଏଥିରେ ସମ୍ଭବତଃ ବିଳାଶମୟ ଆବାସିକ ପ୍ରକଳ୍ପ ନିର୍ମାଣ କରିବେ ।

କହିରଖୁ କି ବି. ଆର୍‌. ହାଉସରେ ହିଁ ଚୋପ୍ରାଙ୍କର ଅଧିକାଂଶ ବ୍ୟବସାୟ ଚାଲିଥିଲା । ୨୦୦୮ରେ ହିଁ ସେ ସେହି ଘରେ ଦେହ ତ୍ୟାଗ କରିଥିଲେ । ଶେଷ ପର୍ଯ୍ୟାୟରେ ହତାଶା ଏବଂ କେତେକ ସହ-ପ୍ରଯୋଜନା ବିଫଳ ହେବାରୁ ଚୋପ୍ରାଙ୍କର ପ୍ରଯୋଜନା ସଂସ୍ଥା ଦେବାଳିଆ ହୋଇଯାଇଥିଲା । ତେଣୁ, ବନ୍ଧା ପଡ଼ିଥିବା ବି.ଆର୍‌ ହାଉସକୁ ମୁକୁଳାଇବା ପାଇଁ ୨୦୧୩ରେ ଅନେକ ଋଣଦାତାଙ୍କର କରି ଶେଷରେ ସେହି ଘରକୁ ବିକ୍ରି କରିବାକୁ ନିର୍ଣ୍ଣୟ ନେଇଥିଲେ ।