ନରମିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଭିତରେ କାନାଡା ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ଏହାକୁ ବଢାଇବାକୁ ଚାହୁଁନାହୁଁ । କିନ୍ତୁ କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକୁ ଭାରତ ଗୁରୁତର ସହ ନେବା ଦରକାର ବୋଲି କହିଛନ୍ତି ଜଷ୍ଟିନ୍ ଟ୍ରୁଡୋ । କାନାଡାରେ ହରଦୀପଙ୍କୁ ଭାରତୀୟ ଏଜେଂଟ ହତ୍ୟା କରିଥିବା ନେଇ ପୂର୍ବରୁ ଅଭିଯୋଗ କରିଥିଲେ ଜଷ୍ଟିନ୍ ଟ୍ରୁଡୋ । ଏଥିସହ କାନାଡାରେ ଅବସ୍ଥାପିତ ଭାରତୀୟ ଦୂତଙ୍କୁ ବହିସ୍କାର କରିଥିଲେ । ଭାରତ ଏହି ଅଭିଯୋଗକୁ ପ୍ରତ୍ୟାଖାନ କରିବା ସହ ଭାରତରେ ଅବସ୍ଥାପିତ କାନାଡା ଦୂତଙ୍କୁ ବହିଷ୍କାର କରିଥିଲେ । ୫ ଦିନ ମଧ୍ୟରେ ତାଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପରେ ଜଷ୍ଟିନ୍ ଟ୍ରୁଡୋ ଆଜି ରିପୋର୍ଟରମାନଙ୍କୁ କହିଛନ୍ତି, ସେମାନେ ଭାରତ ସରକାର ସହ ମିଶି କାର୍ଯ୍ୟ କରିବାକୁ ଚାହାଁନ୍ତି । କିନ୍ତୁ ସବୁକିଛି ସ୍ପଷ୍ଟ ଏବଂ ପ୍ରକୃତ ମାଧ୍ୟମରେ ହେବା ଦରକାର । ଭାରତରେ ରହୁଥିବା କାନାଡାର ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କାନାଡା ସରକାର ଅନୁରୋଧ କରିଛନ୍ତି । ଭାରତରେ ରହୁଥିବା କାନାଡା ନାଗରିକଙ୍କୁ ମଣିପୁର, ଆସମ, ଜମ୍ମୁକାଶ୍ମୀର ନଯିବାକୁ ପରାମର୍ଶ ଦିଆଯାଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍