The Topmost

“The eyes believe themselves, the ears believe other people.”

16 ରୁ ଜୁନିୟର କ୍ଲର୍କ ପରୀକ୍ଷା ଆରମ୍ଭ

ଓଡ଼ିଶାରେ ପୋଲିସରେ ଡିଷ୍ଟ୍ରିକ୍ଟ ପୋଲିସ ଅଫିସ (ଡିପିଓ) କ୍ୟାଡରରେ ପୂରଣ ହେବାକୁ ଥିବା କନିଷ୍ଠ କିରାଣୀ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ୧୬ ତାରିଖରୁ ଜୁନିୟର କ୍ଲର୍କ ପଦର ପରୀକ୍ଷା ଆରମ୍ଭ ହେବ । ଏହି ପଦରେ ଆବେଦନ କରିଥିବା ପ୍ରାର୍ଥୀମାନେ ନଭେମ୍ବର ୧୨ ତାରିଖରୁ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ନଭେମ୍ବର ୧୩ ତାରିଖ ଠାରୁ ୱେବସାଇଟରେ ମକ୍ ଟେଷ୍ଟ ଉପଲବ୍ଧ ହେବ । ପ୍ରାର୍ଥୀମାନେ ନିୟମିତ ଭାବେ ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ୧୭୭ଟି ଜୁନିୟର କ୍ଲର୍କ ପଦ ପୂରଣ ପାଇଁ ଗତ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ଅଲାଇନ୍ ଆବେଦନ ପ୍ରକ୍ରିୟା ଚାଲିଥିଲା । ଅକ୍ଟୋବର ୧୬ରୁ ୧୮ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ନିଜ ନିଜର ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ କରିଥିଲେ । ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଥିଲା । ପ୍ରାର୍ଥୀଙ୍କ ବୟସ ଯୋଗ୍ୟତା ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିଲା । ବୟସ କୋହଳ ଯୋଗ୍ୟତା ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତଦୁଇ ରହିଥିଲା ।

SHARE BY