The Topmost

“The eyes believe themselves, the ears believe other people.”

ଓମାରଙ୍କ ପ୍ରସ୍ତାବରେ ବାଜିଲା ଏଲ.ଜିଙ୍କ ମୋହର, ଜାମ୍ମୁ କାଶ୍ମୀର ହେବ ପୂର୍ଣ୍ଣ ରାଜ୍ୟ

ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଓମାର ଅବଦୁଲ୍ଲାଙ୍କ କ୍ୟାବିନେଟ୍ ପ୍ରସ୍ତାବ ପାରିତ କରିଥିଲା । ଏବେ ଏହି ପ୍ରସ୍ତାବକୁ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମଞ୍ଜୁରି ଦେଇଛନ୍ତି । ଜାମ୍ମୁ କାଶ୍ମୀର କ୍ୟାବିନେଟ୍ ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବା ମାମଲାରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାର ଆଲୋଚନା କରିବା ପାଇଁ ଅଧିକୃତ କରିଛି । ଏହି ପ୍ରସଙ୍ଗରେ ଓମାର ଅବଦୁଲା ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଚର୍ଚ୍ଚା କରିବେ ।

ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପ୍ରକ୍ରିୟା ଅନେକ ସାମ୍ୱିଧାନିକ ଏବଂ ଆଇନଗତ ମାର୍ଗରେ ପୂରଣ ହେବ । ଏହି ପ୍ରକ୍ରିୟାରେ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସଂସଦର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ପ୍ରଥମ ପଦକ୍ଷେପ ରାଜ୍ୟ କ୍ୟାବିନେଟ୍ ଦ୍ୱାରା ନିଆଯାଇଥାଏ । ଓମାର ଅବଦୁଲାଙ୍କ କ୍ୟାବିନେଟ୍ ଏକ ପ୍ରସ୍ତାବ ପାରିତ କରିଛି ଯେଉଁଥିରେ ରାଜ୍ୟକୁ ପୁଣି ଥରେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ ଦାବି କରାଯାଇଛି । ଏହି ପ୍ରସ୍ତାବକୁ ଉପରାଜ୍ୟପାଳ ମନୋଜ ସିହ୍ନଙ୍କ ଦ୍ୱାରା ମଞ୍ଜୁରି ମିଳିଛି । ଏହି ପ୍ରସ୍ତାବକୁ ଏବେ କେନ୍ଦ୍ର ନିକଟକୁ ପଠାଯିବ ।

କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ପହଞ୍ଚିବା ପରେ ଏହାକୁ ବିଚାର-ବିମର୍ଶ ହେବ । କେନ୍ଦ୍ର ସରକାର ପ୍ରସ୍ତାବ ଉପରେ ବିଚାର କରିବେ ଏବଂ ଏହା ସମୀକ୍ଷା ପରେ ଏହାକୁ ସଂସଦରେ ଉପସ୍ଥାପନ ପାଇଁ ନିଷ୍ପତ୍ତି ନିଆଯିବ । କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ସଂସଦରେ ଉପସ୍ଥାପନ କରିବା ପରେ ସଂସଦର ଉଭୟ ଗୃହ- ଲୋକସଭା ଏବଂ ରାଜ୍ୟସଭାରେ ଏହି ପ୍ରସ୍ତାବ ଉପରେ ଚର୍ଚ୍ଚା ଏବଂ ମତଦାନ କରାଯିବ । ପ୍ରସ୍ତାବ ସପକ୍ଷରେ ବହୁମତ ମିଳିବା ପରେ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ ।

ସମ୍ୱିଧାନ ସଂଶୋଧନ କରିବାକୁ ପଡ଼ିବ । ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ପ୍ରଦାନ ପାଇଁ ଭାରତୀୟ ସମ୍ୱିଧାନରେ କିଛି ସଂଶୋଧନ କରିବା ପାଇଁ ଆବଶ୍ୟକତା ରହିବ । ବର୍ତ୍ତମାନ ସମୟରେ ଜାମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶ । ୨୦୧୯ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଜାମ୍ମୁ କାଶ୍ମୀରକୁ କେନ୍ଦ୍ର ଶାସିତ ପ୍ରଦେଶ କରାଯାଇଥିଲା । ପୁନଃ ପୂର୍ଣ୍ଣ ରାଜ୍ୟ ମନ୍ୟତା ପାଇଁ ସମ୍ୱିଧାନର ଅନୁଚ୍ଛେଦ ୩ ଏବଂ ୪ରେ ପରିବର୍ତ୍ତନ କରିବାକୁ ପଡ଼ିବ । ସଂସଦରେ ପାରିତ ହେବା ପରେ ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିବ । ରାଷ୍ଟ୍ରପତିଙ୍କ ସ୍ୱୀକୃତି ପରେ ସମ୍ୱିଧାନରେ ଆବଶ୍ୟକ ସଂଶୋଧନ ଲାଗୁ ହୋଇଯିବ ଏବଂ ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବ ।