ସୁସ୍ଥ ଅଛି ସମ୍ବଲପୁରରେ ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟା । ଗତକାଲି ବିଳମ୍ବିତ ରାତିରେ ଶିଶୁକନ୍ୟାକୁ ICUରୁ ବାହାରକୁ ଅଣାଯାଇଛି । ଶିଶୁଟି ସୁସ୍ଥ ଥିବା ଚିକିତ୍ସା କରୁଥିବା ମେଡିକାଲ ଟିମ୍ କହିଛନ୍ତି । ସୂଚନା ଅନୁସାରେ, ୧୨ ତାରିଖରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ ନବଜାତ ଶିଶୁ ପଡ଼ିଥିବା ଜଣାପଡ଼ିଥିଲା । ଜଙ୍ଗଲ ରାସ୍ତା ଦେଇ ଯାଉଥିବା କିଛି ଲୋକ ପ୍ରଥମେ କଅଁଳ ଶିଶୁର କାନ୍ଦିବା ଶୁଣି ବୋରଓ୍ବେଲ ପାଖକୁ ଯାଇଥିଲେ । ବୋରଓ୍ବେଲ ଭିତରୁ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଦମକଳବାହିନୀ ଓ ବ୍ଲକ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଆରମ୍ଭ କରିଥିଲେ । ଏହାସହ ଓଡ୍ରାଫ ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ଭିକ୍ଟିମ ଲୋକେସନ କ୍ୟାମେରା ପଠାଇଥିଲେ ରାଜ୍ୟ ସରକାର । କ୍ୟାମେରା ପହଞ୍ଚିବା ପରେ ଶିଶୁର ସଠିକ ଲୋକେସନ ଜଣାପଡ଼ିଥିଲା । ଏହାପରେ ଉଦ୍ଧାରକାରୀ ଦଳ ଶିଶୁଟିକୁ ଉଦ୍ଧାର କରିଥିଲେ । ଶିଶୁଟି ପ୍ରାୟ ୧୫ ଫୁଟ୍ ତଳେ ବୋରଓ୍ବେଲ ଭିତରେ ପଡ଼ିଥିଲା ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା