The Topmost

“The eyes believe themselves, the ears believe other people.”

ହିଜାବ ପିନ୍ଧି ନଥିବାରୁ ଇରାନୀ ଯୁବତୀଙ୍କୁ ହତ୍ୟା

ହିଜାବ ପିନ୍ଧି ନଥିବାରୁ ଇରାନୀ ଯୁବତୀଙ୍କୁ ହତ୍ୟା । ହଦିସ ନଜାଫି ନାମକ ଜଣେ ଇରାନୀ ଯୁବତୀ ହିଜାବ ନ ପିନ୍ଧି ଏକ ପ୍ରତିବାଦରେ ଭାଗ ନେଇଥିଲେ । ଯାହାର ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପରେ ତାଙ୍କୁ କବର ଦେବା ପାଇଁ ଖୋଳାଯାଇଥିବା ଗାତ ପାଖରେ କିଛି ଲୋକ ତାଙ୍କର ଏକ ଫଟୋ ଉପରେ ଲୁହ ଗଡ଼ାଉଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଖବର ଅନୁସାରେ ଉକ୍ତ ଯୁବତୀଙ୍କ ପେଟ, ବେକ, ଛାତି ଓ ହାତକୁ ଗୁଳି କରାଯାଇଥିଲା । ହିଜାବ ନ ପିନ୍ଧିବା କାରଣରୁ ମେହସା ଆମିନି ନାମକ ୨୨ ବର୍ଷୀୟା ଯୁବତୀଙ୍କୁ ପୁଲିସ ହାଜତରେ ନିର୍ଯାତନା ଦେଇ ହତ୍ୟା କରାଯାଇଥିଲା । ଘଟଣା ପରେ ଇରାନରେ ହିଜାବ-ବିରୋଧୀ ତଥା ସରକାର-ବିରୋଧୀ ଆନ୍ଦୋଳନ ପ୍ରାୟ ଏକ ସପ୍ତାହରୁ ଅଧିକ କାଳ ଲାଗି ରହିଛି । ସରକାର ପୁଲିସ ଓ ସୁରକ୍ଷା କର୍ମୀଙ୍କୁ ଲଗାଇ ବିଦ୍ରୋହକୁ ଦମନ କରିବାକୁ ଚେଷ୍ଟା କରୁଛନ୍ତି । ହିଂସାତ୍ମକ ଆନ୍ଦୋଳନରେ ଏପର୍ଯ୍ୟନ୍ତ ପ୍ରାୟ ୭୬ରୁ ଅଧିକ ବିଦ୍ରୋହୀ ପୁଲିସ ଗୁଳିମାଡ଼ରେ ମୃତ୍ୟୁବରଣ କରିଥିବା ବେଳେ କିଛି ପୁଲିସ କର୍ମଚାରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

SHARE BY