The Topmost

“The eyes believe themselves, the ears believe other people.”

IPUରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ସସ୍ମିତ

୧୪୬ତମ IPUରେ ପୁଣିଥରେ  ସାଂସଦ ସସ୍ମିତ ପାତ୍ରଙ୍କୁ ମିଳିଛି ଗୁରୁ ଦାୟିତ୍ୱ । IPUରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ସାସଂଦ ସସ୍ମିତ ପାତ୍ର । ମାର୍ଚ୍ଚ ୧୧ ତାରିଖରୁ ୧୫ ତାରିଖ ମଧ୍ୟରେ ବାହାରିନରେ ଅନୁଷ୍ଠିତ ହେବାକୁ ଯାଉଛି IPU ଅଧିବେଶନ । ବିଶ୍ୱର ୧୭୮ଟି ଦେଶର ସାଂସଦ ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦେବେ । ବିଭିନ୍ନ ଦେଶ ପରସ୍ପର ଭିତରେ ଆଲୋଚନା ଓ ପର୍ଯ୍ୟାଲୋଚନା ପାଇଁ ଏହା ସବୁଠାରୁ ବଡ଼ ମଞ୍ଚ । ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି ସାଂସଦ ସସ୍ମିତ ପାତ୍ର । ଗତବର୍ଷ ମଧ୍ୟ ମନୋନୀତ ହୋଇଥିଲେ ସାଂସଦ ସସ୍ମିତ ପାତ୍ର ।