ଆଜି ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ବିଶେଷ ଦିନ । ଆଜି ସମସ୍ତେ ବିଶ୍ବ ମହିଳା ଦିବସ ପାଳନ କରୁଛନ୍ତି । ଏହି ଦିନ ବିଶେଷ ଭାବରେ ମହିଳାମାନଙ୍କ ପାଇଁ ଉତ୍ସର୍ଗୀକୃତ । ଏହି ଦିନକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ । ମହିଳାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ମହିଳା ଦିବସ ପାଳନ କରାଯାଏ । ଏହି ଅବସରରେ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏହି ଦିନର ଅନେକ ମହତ୍ତ୍ୱ ରହିଛି । ସମାଜରେ ମହିଳାମାନଙ୍କୁ ସମାନତା ଏବଂ ସମ୍ମାନ ଦେବା ଏବଂ ସେମାନଙ୍କୁ ନିଜ ବିଷୟରେ ଅବଗତ କରାଇବା ଲକ୍ଷ୍ୟରେ ଏହି ଦିନଟି ବିଶେଷ ଭାବରେ ପାଳନ କରାଯାଏ ।
ଏହି ଦିନ ମହିଳାମାନଙ୍କ ପାଇଁ ତଥା ସେହି ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର, ଯେଉଁମାନଙ୍କ ଜୀବନରେ କିଛି ମହିଳା କିମ୍ବା ଅନ୍ୟ ଜଣେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏଭଳି ପରିସ୍ଥିତିରେ, ଏହି ଦିନ ଆପଣ ସେହି ମହିଳାମାନଙ୍କ ପ୍ରତି କୃତଜ୍ଞତା ଜଣାଇପାରିବେ, ଯେଉଁମାନେ ଆପଣଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣ ମଧ୍ୟ ମହିଳା ଦିବସରେ କାହାକୁ ଓ୍ବିସ କିମ୍ବା ଅଭିନନ୍ଦନ ଜଣାଇବାକୁ ଚାହାଁନ୍ତି, ତେବେ ଆପଣ ଏହି ବାର୍ତ୍ତା ସାହାଯ୍ୟରେ କୃତଜ୍ଞତା ଜଣାଇ ପାରିବେ ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ