ଦିନକୁ ଦିନ ତେଜିବାର ଲାଗିଛି ଦର ବୃଦ୍ଧି ସମସ୍ୟା । ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ବା ମହଙ୍ଗା ଦର ୦.୪୧% ବଢ଼ି ୭.୪୧%ରେ ପହଂଚିଛି । ଏହା ଚଳିତ ବର୍ଷ ଏପ୍ରିଲ ମାସ ପରେ ସବୁଠାରୁ ଅଧିକ । ଅଗଷ୍ଟ ମାସରେ ଏହି ଖୁଚୁରା ମୁଦ୍ରାସ୍ପୀତି ୭% ରହିଥିଲା । ଏହାର ଅର୍ଥ ସେପ୍ଟେମ୍ବର ମାସରେ ଖାଦ୍ୟ ସାମଗ୍ରୀ ଓ ପାନୀୟ ସାମଗ୍ରୀର ଦାମ ବୃଦ୍ଧି ପାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏବେ ଯେଉଁ ଖୁଚୁରା ମୁଦ୍ରାସ୍ପୀତି ୭.୪୧ ପ୍ରତିଶତ ରହିଛି ଠିକ୍ ବର୍ଷକ ତଳେ ଅର୍ଥାତ ୨୦୨୧ ସେପ୍ଟେମ୍ବରରେ ଏହା ୪.୩୫% ରହିଥିଲା । ଖାଦ୍ୟଶସ୍ୟ ଓ ପନିପରିବା ଦର ଦ୍ରୁତଗତିରେ ବଢ଼ୁଥିବାରୁ ମୁଦ୍ରାସ୍ଫୀତି ହାର ମଧ୍ୟ ବଢ଼ିବାରେ ଲାଗିଛି । ଆରବିଆଇ ସବୁବେଳେ ଖାଦ୍ୟ ସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତି ୨ରୁ ୬% ରଖିବା ଉପରେ ଗୁରୁତ୍ୱ ଦେଇଥାଏ । ଏହାଦ୍ୱାରେ ଅର୍ଥନୀତି ଉପରେ ଦରମଦାର ବୃଦ୍ଧିର ପ୍ରଭାବ କମ ହୁଏ । କିନ୍ତୁ ମୁଦ୍ରାସ୍ଫୀତି ବୃଦ୍ଧି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ମୁଦ୍ରାସ୍ଫୀତି ବଢ଼ୁଥିବାରୁ ଏହାର ପ୍ରଭାବ ଅର୍ଥନୀତି ଉପରେ ମଧ୍ୟ ପଡ଼ୁଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍