The Topmost

“The eyes believe themselves, the ears believe other people.”

ସ୍ୱଚ୍ଛ ସହର ସର୍ବେକ୍ଷଣରେ ପୁଣି ବାଜି ମାରିନେଲା ଇନ୍ଦୋର

ସିଟିଜେନ ଫିଡବ୍ୟାକରେ ବେଷ୍ଟ କ୍ୟାପିଟାଲ ଭୁବନେଶ୍ୱର । ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସହର ଗୁଡ଼ିକ ମଧ୍ୟରେ ଲୋକଙ୍କ ପସନ୍ଦର ସ୍ୱଛ ରାଜଧାନୀ ଭାବେ ଭୁବନେଶ୍ୱରକୁ ସମ୍ମାନ ମିଳିଛି । କେନ୍ଦ୍ର ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରାଳୟ ଦ୍ୱାରା ଚଳିତ ବର୍ଷ ସ୍ୱଚ୍ଛ ସହର ସର୍ବେକ୍ଷଣ ତାଲିକା ପ୍ରକାଶ ପାଇଛି । ଏଥିରେ ଇନ୍ଦୋର ଏକ ନମ୍ବର ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ରହିଛି ସୁରତ । ଶୀର୍ଷ ୧୦ ସହର ମଧ୍ୟରେ ଓଡିଶାର କୌଣସି ସହର ସ୍ଥାନ ପାଇନାହିଁ । ତେବେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜଧାନୀ ଭିତରେ ଭୁବନେଶ୍ୱର ସ୍ୱଚ୍ଛତାରେ ଏକ ନମ୍ବର ରହିଛି । ସିଟିଜେନ ଫିଡବ୍ୟାକ ବା ନାଗରିକଙ୍କ ମତାମତ ଅନୁସାରେ ଭୁବନେଶ୍ୱରକୁ ଏହି ସମ୍ମାନ ମିଳିଛି । ସ୍ୱଚ୍ଛ ସର୍ବେକ୍ଷଣରେ ପ୍ରଥମ ଥର ପାଇଁ ଏଥର ସିଟିଜେନ ରିପୋର୍ଟ କାର୍ଡକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ୧୧ଟି ପ୍ରସଙ୍ଗକୁ ନେଇ ମୂଲ୍ୟାୟନ କରାଯାଇଥିଲା । ସିଟିଜେନ ଫିଡବ୍ୟାକରେ ରାଜଧାନୀ ସହର ଭାବେ ଭୁବନେଶ୍ୱରକୁ ସର୍ବାଧିକ ପଏଣ୍ଟ ମିଳିଛି ।