ଏସୀୟ କ୍ରୀଡ଼ାରେ ପୁରୁଷ ହକିରୁ ପଦକ ପାଇବ ଭାରତ । ଆଜି ଫାଇନାଲରେ ଜାପାନକୁ ଭେଟିବ ଟିମ୍ ଇଣ୍ଡିଆ । ଅପରାହ୍ନ ୪ଟାରେ ସୁନା ପାଇଁ ଲଢିବ ଭାରତ । ପୁରୁଷ ହକିରୁ ଭାରତର ପଦକ ପକ୍କା ଥିବାବେଳେ ସ୍ବର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଭାରତୀୟ ଖେଳାଳି । ସେମିଫାଇନାଲରେ ଭାରତ ୫-୩ ଗୋଲରେ ଶକ୍ତିଶାଳୀ କୋରିଆକୁ ପରାସ୍ତ କରିଥିଲା । ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତ କୋରିଆ ଉପରେ ଅଗ୍ରଣୀ ବଜାୟ ରଖି ଫାଇନାଲ୍ ଟିକେଟ୍ ହାସଲ କରିଥିଲା । ଭାରତୀୟ ଦଳର ନଜର ଏବେ ସ୍ୱର୍ଣ୍ଣ ପଦକ ଉପରେ ରହିଛି । ୨୦୧୪ ପରେ ଏସିଆନ ଗେମ୍ସରେ ଭାରତ ଫାଇନାଲକୁ ଯାଇଛି । ୨୦୧୮ରେ ଭାରତ ବ୍ରୋଞ୍ଜ ପଦକ ହାତେଇଥିବାବେଳେ ଚଳିତଥର ସ୍ବର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଛି । ଗୋଲ୍ଡ ଜିତିଲେ ଭାରତ ସିଧାସଳଖ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ ।
“The eyes believe themselves, the ears believe other people.”
More Stories
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ