ନୂଆଦିଲ୍ଲୀ/ମସ୍କୋ,୯।୭: ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ରୁଷିଆରେ ଅଛନ୍ତି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଯାଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଏହି କ୍ରମରେ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ରୁଷିଆ ସେନାରେ କାର୍ଯ୍ୟ କରୁଥିବା ଭାରତୀୟଙ୍କ ଦେଶକୁ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ ଉଠାଇଛନ୍ତି।
ଏହା ପରେ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି, ଭାରତୀୟମାନେ ଶୀଘ୍ର ଦେଶକୁ ଫେରିବେ।
ରୁଷିଆର ସେନା ସହିତ ଭାରତୀୟ ନାଗରିକମାନେ ୟୁକ୍ରେନ ବିରୋଧରେ ଲଢିବାକୁ ବାଧ୍ୟ ହେଉଛନ୍ତି। ସୁରକ୍ଷା ସହାୟକ ଭାବେ କାମ କରିବା ପାଇଁ ଭାରତୀୟମାନଙ୍କୁ ପ୍ରତାରଣା କରି ସୀମାକୁ ପଠାଯାଉଛି। ନଭେମ୍ବର ୨୦୨୩ ରୁ ପ୍ରାୟ ୧୮ ଜଣ ଭାରତୀୟ ରୁଷିଆ-ୟୁକ୍ରେନ ସୀମାରେ ଫସି ରହିଛନ୍ତି। ଏହି ସମୟ ମଧ୍ୟରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।
More Stories
2026 ରେ କରନ୍ତୁ ଏହି ମ୍ୟାନିଫେଷ୍ଟେସନ୍, ବଦଳିଯିବ ଜୀବନ
ଋଷ୍ ଠାରୁ ତେଲ କିଣିବା ପଡିଲା ମହଙ୍ଗା
ମୋଦୀଙ୍କ ଜି-୭ ବୈଠକରେ ଉପସ୍ଥିତିକୁ ନେଇ ବିବାଦ