January 15, 2026

ପଦକରେ ସେଞ୍ଚୁରୀ ମାରିଲା ଭାରତ

ଇତିହାସ ରଚିଲା ଭାରତ । ଏସିଆନ ଗେମସ୍‌ରେ ଭାରତର ଦମଦାର୍ ପ୍ରଦର୍ଶନ । ପଦକରେ ସେଞ୍ଚୁରୀ ମାରିଲା ଭାରତ। କବାଡିରେ ସ୍ୱର୍ଣ୍ଣ ସହ ଭାରତର ମେଡାଲ୍ ସଂଖ୍ୟା ୧୦୦ ଛୁଇଁଛି। ଚାଇନିଜ୍‌ ତାଇପେଇ ଟିମକୁ ହରାଇ ମହିଳା ଭାରତୀୟ କବାଡି ଦଳ ଶତକୀୟ ପଦକ ଭେଟି ଦେଇଛନ୍ତି। ସେହିପରି ଉଭୟ ପୁରୁଷ ମହିଳା ତୀରନ୍ଦାଜୀରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ମିଳିଛି। ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଜ୍ୟୋତି ସୁରେଖା ସ୍ୱର୍ଣ୍ଣ ଜିତିଥିବା ବେଳେ ପୁରୁଷ କମ୍ପାଉଣ୍ଡ୍ ଇଭେଣ୍ଟରେ ଓଜାସ ସ୍ୱର୍ଣ୍ଣ ଏବଂ ଅଭିଷେକ ରୌପ୍ୟ ପଦକ ଜିତିଛନ୍ତି। ଏସିଆନ ଗେମ୍ସରେ ଆଜି ମେଡାଲ ପାଇଁ ଟକ୍କରର ଶେଷ ଦିନ ।

SHARE BY