The Topmost

“The eyes believe themselves, the ears believe other people.”

ଭାରତ ନା ପାକିସ୍ତାନ, କିଏ ଜିତିବ ଗୋଲ୍ଡ୍

ଚଳିତ ଥର ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ସେତେତା ଭଲ ପ୍ରଦର୍ଶନ ଦେଖିବାକୁ ମିଳିନି । ଅଧିକାଂଶ ଖେଳାଳି ଆରମ୍ଭରୁ ଖରାପ ପ୍ରଦର୍ଶନ କରିଛନ୍ତି । ଆହୁରି ବି ଅନେକ ପଦକ ଜିତିବାକୁ ଅତି ନିକଟତର ହେବା ପରେ ସଫଲତା ପାଇନାହାଁନ୍ତି । ଦେଶ ପାଇଁ କେବଳ ପିସ୍ତଲ ସୁଟର ମନୁ ଭାକର, ସରବଜୋତ ସିଂହ ଏବଂ ରାଇଫଲ ସୁଟର ସ୍ୱପ୍ନିଲ କୁସାଲେ ୩ ଟି ବ୍ରୋଞ୍ଜ ପଦକ ଜିତିଛନ୍ତି ।

ଅନେକ କ୍ରୀଡ଼ାରେ ଭାରତର ଆଶା ସମାପ୍ତ ହୋଇଥିବାବେଳେ କେତେକ କ୍ରୀଡ଼ାରେ ଏବେବି ଆଶାର କିରଣ ଦେଖିବାକୁ ମିଳିଛି । ବର୍ତ୍ତମାନ ଏହା ହେଉଛି ମ୍ୟାଚର ପର୍ଯ୍ୟାୟ ଯାହା ପ୍ରତି ଭାରତୀୟ ପ୍ରଶଂସକ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଅଗଷ୍ଟ ୬, ମଙ୍ଗଳବାର ଦିନ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ପ୍ରତିଯୋଗିତା ହେବ ।

କାରଣ ଭାରତର ଅଲିମ୍ପିକ୍ ଚାମ୍ପିଅନ୍ ଜାଭେଲିନ୍ ଥ୍ରୋ ନୀରଜ ଚୋପ୍ରା ଏବଂ ପାକିସ୍ତାନର ଚ୍ୟାଲେଞ୍ଜର୍ ଅସରଦ୍ ନାଦିମଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ପୂର୍ବଥର ଭଳି ଏଥର ବି କଡ୍ଡା ଟକ୍କର ହେବ । ତେବେ ଇଭେଣ୍ଟରରେ ପ୍ରଥମେ ଭାରତ ପକ୍ଷରୁ କିଶୋର କୁମାର ଜେନା ପ୍ରଥମେ ଥ୍ରୋ କରିବେ । ତେବେ ନୀରଜଙ୍କ ଉପରେ ରହିଛି ସମସ୍ତଙ୍କ ନଜର ।