August 29, 2025

୧୪ ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମକୁ ଇଣ୍ଡିଆ ମେଣ୍ଟର ବୟକଟ୍ 

୧୪ ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମ ବନ୍ଦ କରିବ ଇଣ୍ଡିଆ ମେଣ୍ଟ । ଏହି ଆଙ୍କରଙ୍କ ଦ୍ୱାରା କରାଯାଉଥିବା ଆଲୋଚନାକୁ ସେମାନଙ୍କ ପ୍ରତିନିଧି ପଠାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଇଣ୍ଡିଆ ମେଣ୍ଟର ପ୍ରଥମ ସମନ୍ୱୟ କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ୧୪ ଟିଭି ଆଙ୍କରଙ୍କ ତାଲିକା ମଧ୍ୟ ଜାରି କରାଯାଇଛି । କଂଗ୍ରେସ ମୁଖପାତ୍ର ପୱନ ଖେଡା ଇଣ୍ଡିଆ ମେଣ୍ଟର ଏହି ନିଷ୍ପତ୍ତି ଠିକ୍ ବୋଲି କହିଛନ୍ତି । ସେ କହିଛନ୍ତି କିଛି ଟିଭି ଚ୍ୟାନେଲ୍‌ ଗତ ୯ ବର୍ଷ ଧରି ଘୃଣାର ବଜାର ଖୋଲିଛନ୍ତି । ଇଣ୍ଡିଆ ମେଣ୍ଟ ସମାଜର ଅବକ୍ଷୟ କରୁଥିବା ଏହି ଚ୍ୟାନେଲଗୁଡ଼ିକୁ ଆଉ ସୁଯୋଗ ଦେବନାହିଁ ବୋଲି ‌ସେ କହିଛନ୍ତି । ସମାଜରେ ଘୃଣା ସୃଷ୍ଟି କରୁଥିବା ଯେକୌଣସି କାର୍ଯ୍ୟକ୍ରମରେ ଇଣ୍ଡିଆ ମେଣ୍ଟ ପକ୍ଷ ହେବାକୁ ଚାହେନାହିଁ ବୋଲି ସେ କହିଛନ୍ତି । ଇତିମଧ୍ୟରେ ଆପ୍‌ ଏହାର ‌ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ୯ ପ୍ରମୁଖ ଟିଭି ନ୍ୟୁଜ୍‌ ଚ୍ୟାନେଲର ଉକ୍ତ ଆଙ୍କରମାନଙ୍କ ତାଲିକା ଜାରି କରିଛି । ଆପ୍‌ ଜାରି କରିଥିବା ତାଲିକାରେ ରହିଛନ୍ତି ନ୍ୟୁଜ୍‌ ୧୮ର ଅମନ ଚୋପ୍ରା, ଅମିଷ ଦେବଗନ ଏବଂ ଆନନ୍ଦ ନରସିଂହା, ଭାରତ ଏକ୍ସପ୍ରେସର ଆଦିତି ତ୍ୟାଗୀ, ଡିଡି ନ୍ୟୁଜ୍‌ର ଅଶୋକ ଶ୍ରୀବାସ୍ତବ, ଆଜ୍‌ତକର ସୁଧୀର ଚୌଧୁରୀ, ଚିତ୍ରା ତ୍ରିପାଠୀ, ଭାରତ୨୪ର ରୁବିକା ଲିୟାକତ, ‘ଇଣ୍ଡିଆ ଟୁଡେ’ର ଗୌରବ ସାୱନ୍ତ ଏବଂ ଶିବ ଅରୁର୍‌, ଇଣ୍ଡିଆ ଟିଭିର ପ୍ରାଚୀ ପରାଶର, ଟାଇମ୍ସ ନାଓ ନବଭାରତର ନବିକା କୁମାର ଏବଂ ସୁଶାନ୍ତ ସିହ୍ନା, ରିପବ୍ଲିକ ଭାରତର ଅର୍ନବ ଗୋସ୍ବାମୀ ।

SHARE BY