ଭାରତ ଏସିଆ କପ୍ ଚାମ୍ପିଅନ୍ । ଅଷ୍ଟମ ଥର ପାଇଁ ଇଣ୍ଡିଆ ହେଲା ଚାମ୍ପିଅନ୍ । ଶ୍ରୀଲଙ୍କାକୁ ହରାଇ ଚାମ୍ପିଅନ୍ ହୋଇଛି ଭାରତ । ୫୧ରନ ଟାର୍ଗେଟକୁ ୬ ଓଭର ଗୋଟିଏ ବଲରେ ହାସଲ କରି ଏସିଆ କପ ଚାମ୍ପିଅନ୍ ହୋଇଛି ରୋହିତ ବିଗ୍ରେଡ । ୧୦ ଓ୍ବିକେଟରେ ଟିମ୍ ଇଣ୍ଡିଆ ଟାଇଟଲ୍ ଜିତିବା ସହିତ ୫ ବର୍ଷ ପରେ ପୁଣି ଏସିଆ କପ୍ ଚାମ୍ପିଅନ ହୋଇଛି । ଏହାଛଡ଼ା ଦିନିକିଆରେ ଭାରତ ୧୧ଥର ପାଇଁ ୧୦ ଓ୍ବିକେଟରେ ବିଜୟୀ ହୋଇଛି । କଲମ୍ବୋରେ ଦେଖିବାକୁ ମିଳିଛି ଭାରତୀୟ ବୋଲରଙ୍କ ଜଲଓ୍ବା । ଏସିଆ କପ ଫାଇନାଲ୍ ମୁକାବିଲାରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଶ୍ରୀଲଙ୍କାକୁ ମାତ୍ର ୫୦ ରନରେ ଅଲଆଉଟ୍ କରିଥିଲା ଭାରତ । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ୧୫ ଓଭର ଦୁଇଟି ବଲରେ ମାତ୍ର ୫୦ ରନ କରି ୧୦ ଓ୍ବିକେଟ ହରାଇଥିଲା ଘରୋଇ ଦଳ । ଶୋଚନୀୟ ବ୍ୟାଟିଂ ସହିତ ଏସିଆ କପରେ ଶ୍ରୀଲଙ୍କା ସର୍ବନିମ୍ନ ରନ କରିଥିଲା । ସେପଟେ ଅବିଶ୍ବସନୀୟ ସିରିଜ ଖେଳିଥିଲେ ଭାରତର ଦ୍ରୁତ ବୋଲର ମହମ୍ମଦ ସିରାଜ । ସିରାଜଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଯାଇଥିଲା ସିଂହଳୀ ଟିମ୍ ।
“The eyes believe themselves, the ears believe other people.”
More Stories
ଇଂଲଁଣ୍ଡ-ଇଣ୍ଡିଆ ମୁହାଁମୁହିଁ
ରଣଜୀ ଟ୍ରଫି ଖେଳିବେ କୋହଲି
ଖେଳରତ୍ନର ବିଜେତା ହେଲେ ଗୁକେଶ୍, ମନୁ..