ପାର୍ବଣରେ ଅନଲାଇନ୍ ବଜାରରେ ପ୍ରବଳ କିଣାବିକା ଦେଖିବାକୁ ମିଳିଛି । ଭାରତୀୟମାନେ ୪୦ ହଜାର କୋଟି ଟଙ୍କାର ସାମଗ୍ରୀ କିଣିଛନ୍ତି । ଦେଶରେ ଘଣ୍ଟାକୁ ୬୫ ହଜାର ମୋବାଇଲ ବିକ୍ରି ହେଉଥିବା ଏକ ରିପୋର୍ଟରେ ଆକଳନ କରାଯାଇଛି । ଗତ ସେପ୍ଟେମ୍ବର ୨୦ରୁ ୩୦ ତାରିଖ ଅର୍ଥାତ ୧୦ ଦିନ ମଧ୍ୟରେ ପ୍ରାୟ ୪୦ ହଜାର କୋଟି ଟଙ୍କାର ସାମଗ୍ରୀ ବିକ୍ରି ହୋଇଛି । ଗତବର୍ଷ ତୁଳନାରେ ଏଥର ବେପାର ୨୭ ପ୍ରତିଶତ ବୃଦ୍ଧି ପାଇଛି । ବିକ୍ରି ସାମଗ୍ରୀ ମଧ୍ୟରେ ୪୧ ପ୍ରତିଶତ ମୋବାଇଲ ରହିଛି । ମୋବାଇଲ ପରେ ଫେସନ ସାମଗ୍ରୀ ଅଧିକ ବ୍ରିକି ହୋଇଛି । ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ପାର୍ବଣରେ ଫେସନ ସାମଗ୍ରୀ ବିକ୍ରିରେ ୪୮ ପ୍ରତିଶତ ବୃଦ୍ଧି ହୋଇଛି । ବଜାର ଗବେଷଣା ଫାର୍ମ ରେଡସିଅର ଷ୍ଟ୍ରାଟେଜି କନସଲଂଟାଂଟସ୍ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ମୁତାବକ ଫେଷ୍ଟିଭ ସେଲ ଆରମ୍ଭରୁ ୮ କୋଟି ଗ୍ରାହକ ସାମଗ୍ରୀ କିଣିବା ପାଇଁ ଅର୍ଡର ଦେଇଥିଲେ । ତେବେ ମୋଟ ବ୍ରିକି ରାଶିରେ ଫ୍ଲିପକାର୍ଟ ଗ୍ରୁପ୍ ସର୍ବାଧିକ ୬୨ ପ୍ରତିଶତ ସାମଗ୍ରୀ ବିକ୍ରି କରିଛି । ଏହା ପଛକୁ ୨୧ ପ୍ରତିଶତ ବିକ୍ରି ସହ ମେସୋ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ପାର୍ବଣ ସାଧାରଣତଃ ଦୀପାବଳୀ ପର୍ଯ୍ୟନ୍ତ ଚାଲେ । ପାର୍ବଣ ମାସରେ ପ୍ରାୟ ୧୧ ଦଶମିକ ୮ ବିଲିୟନ ଡଲାର ଅର୍ଥାତ ୯୭ ହଜାର କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ବିକ୍ରି ହେବ ବୋଲି ଆକଳନ କରାଯାଇଛି ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଜାଣନ୍ତୁ କଣ ଏହି ଲକ୍ଷପତି ଦିଦି ସହାୟିକା ଯୋଜନା, କିଏ ପାଇବେ ସାହାଯ୍ୟ
କୌଣସି ଯନ୍ତ୍ର ବିନା ନିଜେ ମାପନ୍ତୁ ସୁନାର ସୁଦ୍ଧତା