ଯୁଦ୍ଧ ବନ୍ଦ କରିବାକୁ ପୁଣି ଜାତିସଂଘରେ ନିଜର ମତ ସ୍ପଷ୍ଟ କଲା ଭାରତ । ଶନିବାର ଜାତିସଂଘର ସାଧାରଣ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆମକୁ ସବୁବେଳେ ତୁମେ କେଉଁ ପକ୍ଷର ବୋଲି ପଚରାଯାଉଛି । ଆମର ସର୍ବଦା ଉତ୍ତର ହେଉଛି ଆମେ ଶାନ୍ତି ଚାହୁଁଛୁ । କଥାବାର୍ତା ମାଧ୍ୟମରେ ଯୁଦ୍ଧ ବନ୍ଦ କରିବାକୁ ଭାରତ କହିଛି । ତେବେ ଜାତିସଂଘ ନିୟମକୁ ଭାରତ ସବୁବେଳେ ସମ୍ମାନ ଦେଇଆସିଛି, ଏହି ନିୟମ ଅନୁଯାୟୀ କାର୍ଯ୍ୟ ହେଉ ବୋଲି କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ । ନିକଟରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଏବେ ସମୟ ଯୁଦ୍ଧର ନୁହେଁ । ଯାହାକୁ ପାଶ୍ଚାତ୍ୟ ଦେଶର ନେତାମାନେ ପ୍ରସଂଶା କରିଥିଲେ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ