ପୁଣି ଥରେ ରେପୋ ରେଟ ବଢାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋରେଟ୍ ବଢାଇବା ପରେ ସୁଧ ହାର ୫ ଦଶମିକ ୯ ପ୍ରତିଶତକୁ ବୃଦ୍ଧି ପାଇଛି । ପୂର୍ବରୁ ସୁଧ ହାର ୫ ଦଶମିକ ୪ ପ୍ରତିଶତ ଥିଲା ୫୦ ବିପିଏସ୍ ବଢିବା ପରେ ଏହା ୫ ଦଶମିକ ୯ ପ୍ରତିଶତ ଛୁଇଁଛି । ମେ ମାସରୁ ଏପର୍ଯ୍ୟନ୍ତ ଲଗାତାର ୪ ଥର ରେପୋ ରେଟ ବଢିଲାଣି । ଗତ ମେ ମାସରେ ୪୦ ବିପିଏସ୍ ରେପୋ ରେଟ ବଢାଇଥିଲା । ଏହା ପରେ ଜୁନ୍ ଏବଂ ଅଗଷ୍ଟ ମାସରେ ୫୦ ବିପିଏସ ଲେଖାଏଁ ରେପୋ ରେଟ ବଢାଯାଇଥିଲା । ତେବେ ରେପୋ ରେଟ ହେଉଛି ସୁଧ ହାର, ଯାହା ସେଂଟ୍ରାଲ ବ୍ୟାଙ୍କ, ବ୍ୟବସାୟିକ ତଥା ଘରୋଇ ବ୍ୟାଙ୍କ ଗୁଡିକୁ ଦେଇଥାଏ । ତେବେ ରେପୋ ରେଟ ବଢିବା ପରେ ପୁଣି ଇଏମଆଇ ହାର ବଢିବ ବୋଲି କୁହାଯାଉଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ