ଚଳିତ ବର୍ଷ ଫେବ୍ରୁଆରି ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ । ସେଥିରେ ଆୟକରଦାତାଙ୍କ ଲାଗି ବିଶେଷ ସୁବିଧା ଉପଲବ୍ଧ ହେବନାହିଁ । ଆୟକରରେ ଦିଆଯାଉଥିବା ରିହାତିକୁ ୭ ଲକ୍ଷ ଟଙ୍କାରୁ ବଢ଼ାଇ ସାଢ଼େ ସାତ ଲକ୍ଷ କରାଯିବ ବୋଲି ଚର୍ଚ୍ଚା ହେଉଛି । ସରକାର ରିହାତି ବଢ଼ାଇବା ସମ୍ପର୍କରେ ବିଚାର କରୁନଥିବା ଜଣାପଡ଼ିଛି ।
ଦେଶରେ ଏବେ ଦୁଇ ପ୍ରକାର ଆୟକର ନିୟମ ପ୍ରଚଳନରେ ରହିଛି । ଗୋଟିଏ ପୁରୁଣା ଓ ଅନ୍ୟଟି ନୂଆ । ଯେଉଁ ଟିକସଦାତା କୌଣସି ବିକଳ୍ପ ଚୟନ କରିବେ ନାହିଁ, ସେ ନୂଆ ନିୟମକୁ ଚୟନ କରିଛନ୍ତି ବୋଲି ଧରି ନିଆଯାଉଛି । ନୂଆ ନିୟମରେ ଆୟକର ରିହାତି ସୀମାକୁ ଗତ ବଜେଟ୍ରେ ବାର୍ଷିକ ୫ ଲକ୍ଷ ଟଙ୍କାରୁ ବଢ଼ାଇ ୭ ଲକ୍ଷ ଟଙ୍କା କରାଯାଇଥିଲା । ସେହିପରି ମୌଳିକ ଛାଡ଼ ସୀମାକୁ ଅଢ଼େଇ ଲକ୍ଷ ଟଙ୍କାରୁ ବଢ଼ାଇ ୩ ଲକ୍ଷ ଟଙ୍କା କରାଯାଇଥିଲା । ଫାମିଲି ପେନ୍ସନ୍ ପାଇଁ ମଧ୍ୟ ୧୫ ହଜାର ଟଙ୍କାର କାଟ ସୁବିଧା ପ୍ରଦାନ କରାଯାଇଥିଲା ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ