ବଜେଟ୍ ଅଧିବେଶନ ପାଇଁ ସଂସଦ ଏବେଠାରୁ ପ୍ରସ୍ତୁତ ହେଲାଣି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନୀ ଦିବସରେ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ । ଅଧିବେଶନରେ ଏଥର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେବାର ଅନୁମାନ କରାଯାଉଛି । ଅଧିବେଶନ ପାଇଁ ସଂସଦ ପ୍ରସ୍ତୁତ ହେଉଥିବା ବେଳେ ଏହାରି ମଧ୍ୟରେ ଏକ ବଡ଼ ସୂଚନା ମଧ୍ୟ ହସ୍ତଗତ ହୋଇଛି ।
ସୂଚନା ରହିଛି ଯେ ଅଧିବେଶନରେ ମହିଳା ଚାଷୀମାନଙ୍କ ପାଇଁ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା’ ଦ୍ବିଗୁଣ ହୋଇପାରେ । ଆପଣଙ୍କର ମନେଥିବ ଯେ, କିଛି ଦିନ ପୂର୍ବେ ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ କରିଥିଲା କି ଜମିର ମାଲିକ ଥିବା ମହିଳା ଚାଷୀଙ୍କ ବାର୍ଷିକ ଦେୟ ଦ୍ୱିଗୁଣିତ କରି ୧୨ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ସରକାର ବିଚାର କରୁଛନ୍ତି ।
ଆଗାମୀ ଦିନରେ ହେବାକୁ ଥିବା ବଜେଟରେ ଏହି ଯୋଜନା ଘୋଷଣା ହେବାର ସମ୍ଭାବନା ରହିଛି ଏବଂ ସରକାରଙ୍କର ଏଥିପାଇଁ ଅତିରିକ୍ତ ୧୨,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ନ୍ୟୁଜ୍ ଏଜେନ୍ସିର ରିପୋର୍ଟରେ ଦର୍ଶାଯାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ