ଦେଶରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ରେଳ ଷ୍ଟେସନ ଗୁଡ଼ିକରେ ବିଶ୍ୱସ୍ତରୀୟ ସେବା ଉପଲବ୍ଧ କରିବା ଦିଗରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ । ଭିସି ଯୋଗେ ୪୧ ହଜାର କୋଟି ମୂଲ୍ୟର ୨ ହଜାରରୁ ଅଧିକ ରେଳ ଭିତିଭୂମି ପ୍ରକଳ୍ପର ଭଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅମୃତ ଭାରତ ଷ୍ଟେସନ ଯୋଜନାରେ ୫୫୩ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରାଯାଇଛି । ଏଥିପାଇଁ ଖର୍ଚ୍ଚ ହେବ ୧୯ ହଜାର କୋଟିରୁ ଅଧିକ ଟଙ୍କା । ଏହି ଷ୍ଟେସନ ଗୁଡ଼ିକ ସହରର ଉଭୟ ପାଶ୍ୱର୍କୁ ମିଶାଇ ସିଟି ସେଂଟର ଭାବେ କାର୍ଯ୍ୟ କରିବ । ଏହି ଯୋଜନାରେ ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ଏହି ଷ୍ଟେସନ ଗୁଡ଼ିକ ମଧ୍ୟରେ ଓଡ଼ିଶାରେ ରହିଛି ୨୧ଟି ଷ୍ଟେସନ । ସେପଟେ ଉତରପ୍ରଦେଶର ଗୋମତୀନଗର ଷ୍ଟେସନର ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ୩୮୫ କୋଟି ଟଙ୍କା ବ୍ୟୟରେ ଏହାର ପୁନଃବିକାଶ କରାଯାଇଛି । ଏହାଛଡ଼ା ୧୫ଶହ ରୋଡ୍ ଓଭରବ୍ରିଜ୍ ଏବଂ ଅଣ୍ଡରପାସର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୋଦି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ