ଭାରତରୁ ଚା’ ଆମଦାନି କରି ଟଙ୍କାରେ କରିବେ ପେମେଣ୍ଟ୍

ରୁଷ୍‌, ୟୁଏଇ ଓ ଇରାନ ଭାରତ ସହ ଟଙ୍କାରେ କାରବାର କରିବାକୁ ଆଗ୍ରହୀ । ଆମେରିକୀୟ ଡଲାରର ବର୍ଦ୍ଧିତ ପରିମାଣର ମୁକାବିଲା କରିବା ଲାଗି ଟଙ୍କା ଜରିଆରେ କାରବାର କରିବାକୁ ଭାରତ ସରକାର ବିଭିନ୍ନ ଦେଶକୁ ପ୍ରସ୍ତାବ ଦେଇଥିଲେ । ଏହି ତିନିଟି ଦେଶ ସେଥିପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଭାରତରୁ ଚା’ ଆମଦାନି କରୁଥିବା ଏହି ତିନି ଦେଶ ଟଙ୍କାରେ ପେମେଣ୍ଟ୍‌ କରିବା ଲାଗି ରାଜି ହୋଇଛନ୍ତି। ଶ୍ରୀଲଙ୍କାରୁ ଚା’ କିଣୁଥିବା ଇରାକ, ସିରିଆ, ତୁର୍କୀ ଓ ପୋଲାଣ୍ଡ ଏବେ ଭାରତର ଚା’ କିଣିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି । ଶ୍ରୀଲଙ୍କା ଘୋର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବାରୁ ଏହି ଦେଶଗୁଡ଼ିକ ତାହାର ବିକଳ୍ପ ବିଷୟରେ ଚିନ୍ତା କରିବା ଆରମ୍ଭ କରିଛନ୍ତି । ଆନ୍ତର୍ଜାତିକ କାରବାରରେ ଟଙ୍କାକୁ ବ୍ୟବହାର କରିବା ଲାଗି ଗତ ଜୁଲାଇରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଯୋଜନା ଘୋଷଣା କରିଥିଲା। ଯେଉଁ ସବୁ ଦେଶ ଉପରେ ଆମେରିକା କଟକଣା ଲଗାଇଛି ସେଭଳି ଦେଶ ସହ ଭାରତୀୟ କଂପାନିଗୁଡ଼ିକ ଯେଭଳି ଟଙ୍କା ବିନିମୟରେ ସହଜରେ କାରବାର କରିପାରିବେ ତାହା ଥିଲା ଏହି ଯୋଜନା ପଛର ମୁଖ୍ୟ ଉଦ୍ଦେଶ୍ୟ ।

SHARE BY