The Topmost

“The eyes believe themselves, the ears believe other people.”

ସିଏନଜି ଓ ପିଏନଜି ଦର ବଢ଼ାଇଲା ଆଇଜିଏଲ୍

ଦିପାବଳୀ ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା । ସିଏନଜି ଓ ପିଏନଜି ଦର ବଢ଼ାଇଲା ଆଇଜିଏଲ୍ । ୩ ଟଙ୍କା ବଢ଼ିଛି ସିଏନଜି ଓ ପିଏନଜି ଦର । ଆଜିଠୁ ବର୍ଦ୍ଧିତ ଦର ଲାଗୁ ହୋଇଛି । ଦିଲ୍ଲୀରେ ସିଏନଜି ଦାମ୍ ୭୫.୬୧ ଟଙ୍କାରୁ ବଢ଼ି ୭୮.୬୧ ଟଙ୍କା ହୋଇଛି । ସେହିପରି ନୋଇଡ଼ା, ଗ୍ରେଟର ନୋଇଡା ଓ ଗାଜିଆବାଦରେ ୭୮.୧୭ ଟଙ୍କାରୁ ବଢ଼ି ୮୧.୧୭ ଟଙ୍କା ହୋଇଛି । ଏପଟେ ରାଜ୍ୟରେ କିଲୋ ପିଛା ୧ ଟଙ୍କା ୭୪ ପଇସା ବୃଦ୍ଧି ପାଇଛି ସିଏନଜି ଦର । ଏହି ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି । ମୂଲ୍ୟ ବୃଦ୍ଧି ପରେ CNG ଗ୍ୟାସ କିଲୋ ପିଛା ୯୩ ଟଙ୍କା ୦୨ ପଇସାରୁ ୯୪ ଟଙ୍କା ୭୬ ପଇସାକୁ ବୃଦ୍ଧି ପାଇଛି ।