ବହୁ ଆଡମ୍ବର ସହିତ ଚାଲିଛି ସାଜସଜା କାମ । ମାଙ୍କୁ ସ୍ବାଗତ କରିବାକୁ ଗଳି ଗଳି ଓ ସହର ମଧ୍ୟରେ ପ୍ରସ୍ତୁତିର ପର୍ବ । ଜଗତଜନନୀ ମାଆ ଦୁର୍ଗାଙ୍କ ମହା ଷଷ୍ଠୀ, ମହା ସପ୍ତମୀ, ମହା ଅଷ୍ଟମୀ, ମହାନବମୀ ଓ ମହା ଦଶମୀ ପୂଜା ପ୍ରତି ପେଣ୍ଡାଲରେ ଅନୁଷ୍ଠିତ ହେବ । ମା’ଙ୍କ ଆରାଧନା ପାଇଁ ଉତ୍ସବମୁଖର ହୋଇପଡ଼ିଛି ସାରା ରାଜ୍ୟ । ସୁନା, ରୁପା ମେଢ଼ରେ ଝଟକିବେ ମା’ ଜଗଦଜନନୀ । ତେବେ ମାଙ୍କ ପୂଜାର ବିଭିନ୍ନ ସ୍ବାତନ୍ତ୍ର୍ୟ ରହିଛି । ବିଭିନ୍ନ ସ୍ଥାନରେ ମାଙ୍କ ନବଦିନାଙ୍କ ପୂଜା ବହୁ ଆଡମ୍ବର ସହିତ ପାଳନ କରାଯାଏ । ତେବେ ମହାନବମୀ ପୂଜାର ବିଶେଷତ୍ବ ରହିଛି ଭୁବନେଶ୍ବର ଉପକଣ୍ଠରେ ଥିବା ମା ଉଗ୍ରତାରାଙ୍କ ପୀଠରେ । ଏଠାରେ ବହୁ ପ୍ରାଚୀନ ପରମ୍ପରା ଅନୁଯାଇ ମାଙ୍କ ପୂଜା କରାଯାଇଥାଏ । ନବମୀ ଦିନ ସକାଳୁ ମା’ଙ୍କ ବିଭିନ୍ନ ନୀତିକାନ୍ତି କରାଯାଏ । ମା’ଙ୍କ ଆରାଧନା ପାଇଁ ଏଠାରେ ବିଶେଷ ପୂଜାବିଧି ରହିଛି ।
ଲୋକ ବିଶ୍ବାସ ରହିଛି ଏହି ପୀଠରେ ମାଙ୍କୁ ଯାହା ମାଗିବେ ତାହା ମିଳିବ । ଏପରି ଦେଖିବାକୁ ଗଲେ ବର୍ଷ ତମାମ ଏଠାରେ ଶ୍ରଦ୍ଧାଳୁ ଓ ମାନସିକଧାରୀଙ୍କ ଭିଡ ଲାଗିଥାଏ । କିନ୍ତୁ ମହାନବମୀ ଦିନ ଏହି ପୀଠର ମହାନତା ଆହୁରି ବଢିଯାଏ । ଆପଣ ଏଠାକୁ ଗଲେ ସେଠାକାର ମାହାତ୍ମ୍ୟ ନିଜେ ଅନୁଭବ କରିପାରିବେ । ଏଠାରେ ପୂଜକ ମାନସିକଧାରୀଙ୍କ ପକ୍ଷରୁ ମାଙ୍କୁ ମାଜଣା କରନ୍ତି । ଆଉ ଯାହାର ଯାହା କାମ ହେବାର ଥିବ, ମା ନିଜ ମସ୍ତକରୁ ଫୁଲ ଖସାଇ ତାର ଶୁଭ ସଂକେତ ଦେଇଥାନ୍ତି ।
ତେବେ ଏହି ନବମୀ ଦିନ ମଣ୍ଡପରେ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳେ । ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରନ୍ତି । ଆଳତି, ପୁଷ୍ପାଞ୍ଜଳି ପରେ ସଂଧ୍ୟାରେ କୁମାରୀ ପୂଜା ହୁଏ । ମେଢ ଓ ସୁଦୃଶ ତୋରଣ ଦେଖିବା ସହ ମା’ଙ୍କ ଆଶୀର୍ବାଦ ନେବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାର ମଜା ହିଁ ନିଆରା । ଚାରିଆଡେ ଶ୍ରଦ୍ଧାଳୁଙ୍କ ନାହିଁନଥିବା ଗହଳି । ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ପୂଜା ମଣ୍ଡପ ରାସ୍ତାରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳେ । ବିଶେଷ କରି ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ବେଶ୍ ଉପଭୋଗ କରୁନ୍ତି । ସବୁ ପୀଠ ଅପେକ୍ଷା ଏଠାରେ ସାମାନ୍ୟ ଭିନ୍ନତା ଆପଣ ଦେଖିବେ । କାରଣ ଏଠାରେ ସବୁଦିନ ମାଙ୍କ ପାଖେ ଆମିଷ ଭୋଗଲାଗେ । ଆପଣ ମଧ୍ୟ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ଏଠାରେ ଭୋଗ ଲଗାଇ ପାରିବେ ।
More Stories
2025ର 2ଟି ବଡ ଚନ୍ଦ୍ରଗ୍ରହଣ
ମହାକୁମ୍ଭ ମେଳାର ମହତ୍ତ୍ବ..
ଆଜିଠୁ ଆରମ୍ଭ ମହାକୁମ୍ଭ ମେଳା..