ଶୀତଦିନରେ ଶରୀରରେ ସାମାନ୍ୟ ଅଳସୁଆପଣ ଆସିଥାଏ। ଏହି ଦିନେ ଆପଣ ଯଦି ନିଜ ଶରୀରକୁ ସକ୍ରିୟ ରଖିବାକୁ ଚାହୁଥାନ୍ତି ତେବେ ଆପଣଙ୍କୁ ସେହି ଅନୁସାରେ ଖାଦ୍ୟ ଖାଇବାକୁ ପଡ଼ିବ। ଆପଣ ଯେତେ ପରିମାଣରେ ଫଳ ଖାଇବେ ଶରୀର ଆପଣଙ୍କର ସେହି ଅନୁସାରେ ସୁସ୍ଥ ଓ ସକ୍ରିୟ ରହିବ। ବର୍ଷା ଦିନେ ବିଭିନ୍ନ ପ୍ରକାରର ସଂକ୍ରମଣାତ୍ମକ ରୋଗ ସବୁ ହୋଇଥାଏ। ହଜମଶକ୍ତି ମଧ୍ୟ କମ୍ ହୋଇଥାଏ। ତେଣୁ, ଏହି ଦିନରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ କେଉଁ ଫଳ ସବୁ ଖାଇବା ଦରକାର ଜାଣିରଖନ୍ତୁ…
ଏହି ଦିନେ ବଜାରରେ ଜାମୁ କୋଳି ମିଳେ। ଜାମୁ କୋଳିରେ କ୍ୟାଲୋରି କମ୍ ଥାଏ। ମାତ୍ର ଏଥିରେ ପ୍ରଚୁର ପରିମାଣରେ ଆଇରନ୍, ଫୋଲେଟ୍, ପଟାସିୟମ୍ ଓ ଭିଟାମିନ୍ ରହିଛି। ଏହା ଶରୀର ପାଇଁ ଲାଭଦାୟୀ ହୋଇଥାଏ।
ଶୀତ ଦିନେ ଲିଚି ଖାଇବା ବି ଶରୀର ପାଇଁ ଖୁବ୍ ଭଲ ହୋଇଥାଏ। ଏଥିରେ ଭିଟାମିନ୍ ସି ଥିବା ହେତୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏଥିରେ ଥିବା ଆଣ୍ଟି-ଅସ୍କିଡାଣ୍ଟ୍ ଓଜନ ହ୍ରାସ କରାଇବାରେ ବି ସାହାଯ୍ୟ କରେ।
ବର କୋଳି ଖାଇବା ଦ୍ବାରା ବି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଆପଣ ଏହାକୁ ମଧ୍ୟ ଖାଇପାରିବେ।
ଚେରି ହେଉଛି ଆଉ ଏକ ଶୀତଦିନିଆ ଫଳ। ଏହାକୁ ଖାଇବା ଦ୍ବାରା ମସ୍ତିଷ୍କ ସୁସ୍ଥ ରହିଥାଏ।
ଆପଣ ଏହି ଦିନରେ ପ୍ରଚୁର ପରିମାଣର ଡାଳିମ୍ବ ମଧ୍ୟ ଖାଇପାରିବେ। ଏଥିରେ ଭରପୂର ପରିମାଣରେ ନିଉଟ୍ରିଏଣ୍ଟ୍ସ ରହିଛି।
ସେଓ ଏକ ଏପରି ଫଳ ଯାହାକୁ ଆପଣ ସବୁ ଋତୁରେ ଖାଇପାରିବେ।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା