ବିକାଶକୁ ବିରୋଧ କଲେ ଗୃହକୁ ଫେରିବେନି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ବିବୃତି ରଖିଛନ୍ତି । ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖି କହିଥିଲେ, ବିରୋଧୀ ବିକାଶକୁ ବିରୋଧ କରୁଛନ୍ତି । ଏହା ଜନବିରୋଧୀ । ଏବେ ପୁଣିଥରେ ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁମାନେ ବିକାଶକୁ ବିରୋଧ କରିବେ ସେମାନେ ଆଉ ଗୃହକୁ ଫେରିପାରିବେନି । ଗୁରୁବାର ଦ୍ୱିତୀୟାର୍ଦ୍ଧରେ ଗୃହ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ସେ କହିଥିଲେ, ଆଇନ ଶୃଙ୍ଖଳା ଉପରେ ଦିନ ରାତି ଏକ କରି କାମ କରୁଛି ପୋଲିସ । ହେଲେ କର୍ତବ୍ୟରତ ମହିଳା ପୋଲିସକୁ ନିର୍ଯାତନା ଦିଆଯାଉଛି । ଏପରି କହି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ସମାଲୋଚନା କରିଥିବା କୁହାଯାଉଛି । ତେବେ ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ନବୀନ କହିଛନ୍ତି ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା